July 6, 2026

ବିଦ୍ୟୁତ ଆଘାତରେ ଛାତ୍ରୀ ସ୍ମୁତିମୟୀ ଗୁରୁତର..

IMG-20260705-WA0000
Share

 

 

ଗଞାମ=ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ 11 ଦାମୋଦର ପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ସ୍ମୃତିମୟୀ ବେହେରା ଅପରାହ୍ନରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ l ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଛତ୍ରପୁର ମେଡିକାଲରେ ନେଇଥିଲେ l ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ସ୍ମୃତିମୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ ନିମନ୍ତେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ l ଆହତ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ହେଉଛନ୍ତି ଭାସ୍କର ବେହେରା ଙ୍କ ଝିଅ ସେ ପୂର୍ବରୁ ଗଞ୍ଜାମ ଏନଏସିରେ ଟେକ୍ସକେଲେକ୍ଟର ଭାବେ କାର୍ଯ୍ୟରତ ଥିଲେ ଏବେ ତାଙ୍କର ରାୟଗଡା ବଦଳି ହୋଇଛନ୍ତି l ବିଧାୟକ ମେଡିକାଲ ଆହତ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀଙ୍କୁ ଭେଟିବା ବେଳେ ଭାଜାପା ଯୁବ ସଂଗଠକ ଦୀପକ କୁମାର ବେହେରା, ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

You may have missed