ନବରଙ୍ଗପୁର ଜିଲ୍ଲା ପୂର୍ବତନ ରାଜ୍ୟସଭା ସାଂସଦ ମୁନା ଖାଁ ଙ୍କ ଝିଅ ଦିଲ୍ଲୀ କଲେଜ ଛାତ୍ର ସଂସଦ ନିର୍ବାଚନ ରେ ଉପସଭାପତି ଭାବେ ନିର୍ବାଚିତ…….
ନବରଙ୍ଗପୁର :-(ଏମ୍.ଦୀନା°ଶୁ ଆଚାରୀ) ନୂଆଦିଲ୍ଲୀ ଠାରେ ଥିବା ଭାରତର ପ୍ରତିଷ୍ଠିତ ସୁନାମ ଅର୍ଜନ କରିଥିବା ହିନ୍ଦୁ କଲେଜ ଛାତ୍ର ସଂସଦ ନିର୍ବାଚନରେ ନବରଙ୍ଗପୁର ନିବାସୀ ତଥା ପୂର୍ବତନ ରାଜ୍ୟସଭା ସାଂସଦଙ୍କ ସୁପୁତ୍ରୀ ସାରା ଖାନ୍ ଉପସଭାପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ସମଗ୍ର ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସାର। ପିଲା ଦିନରୁ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ। ବର୍ତ୍ତମାନ ନୁୂଆଦିଲ୍ଲୀ ହିନ୍ଦୁ କଲେଜରେ ଯୁକ୍ତ ୩ ଶ୍ରେଣୀ ର ଦ୍ୱିତୀୟ ବର୍ଷର ଇତିହାସ ସମ୍ମାନ ବିଭାଗ ର ଛାତ୍ରୀ ଅଟନ୍ତି। ସାର। ପିଲା ଦିନରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ପୁରସ୍କୃତ ମଧ୍ୟ ହେଇଛନ୍ତି। ସାରା ଯେତେବେଳେ ସପ୍ତମ ଶ୍ରେଣୀରେ ପାଠ ପଡୁଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୪ ତମ୍ ଜନ୍ମ ଜୟନ୍ତୀରେ ତାଙ୍କ ଜୀବନୀ ଉପରେ ଇଂରାଜୀରେ ବକୃତା ଦେଈ ଉପସ୍ଥିତ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଉପସ୍ଥିତ ଥିବା ସମସ୍ତ ଅତିଥି ମାନେ ସାରା ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଜଣେ ନବରଙ୍ଗପୁର ଜିଲ୍ଲାର ଝିଅ ଦେଶର ରାଜଧାନୀ ନୂଆଦିଲ୍ଲୀ ପରି ଏକ ସହରରେ ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱତିତ କରି ଉପସଭାପତି ପଦରେ ନିର୍ବାଚିତ ହେଇ ସମଗ୍ର ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସାରା ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମୀଳୁଛି।
