October 3, 2026

ଗଜପତି:- ସିୟୁଟିଏମ୍ କ୍ୟାମ୍ପସରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ 

IMG-20261003-WA0053
Share

 

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, (ସିୟୁଟିଏମ୍) ପାରଳାଖେମୁଣ୍ଡି କ୍ୟାମ୍ପସରେ ୟୁଥ୍ ରେଡକ୍ରସ (ୱାଇ:ଆର:ସି) ପକ୍ଷରୁ ସେମିନାର ହଲ ସି:ଆର:ସି -୨ ରେ “ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ” ପାଳନ ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା ।

ମୁଖ୍ୟତଃ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ସହ ଜୀବନ ରକ୍ଷା କରିବାରେ ରକ୍ତଦାନ’ର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଶିବିର କାର୍ଯ୍ୟକ୍ରମରେ ଡା. ରମ୍ୟା ଜୟନ- ଏମ:ବି:ବିଏସ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିବା ବେଳେ ଏଥିରେ ପାରଳାଖେମୁଣ୍ଡି ସିୟୁଟିଏମ- ପ୍ରଶାସନିକ ନିର୍ଦ୍ଦେଶକ ଡାଃ ଦୁର୍ଗା ପ୍ରସାଦ ପାଢ଼ୀ, ସ୍କୁଲ ଅଫ ନର୍ସିଂ ର ପ୍ରିନ୍ସିପାଲ ପ୍ରଫେସର ଏସ:ଏନ: ସନ୍ଧ୍ୟା, ଷ୍ଟୁଡେଣ୍ଟ ଏଫାୟରସ-ଡିନ୍ ଡ଼ଃ ରିତେଶ କୁମାର, ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି-ଡିନ୍ ଡ଼ଃ ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ ସ୍କୁଲ ଅଫ ଆଗ୍ରିକଲଚର- ଡିନ୍ ଡ଼ଃ ଏସ:ପି: ନନ୍ଦ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେମାନେ ସ୍ୱେଚ୍ଛାକୃତ ରକ୍ତଦାନକୁ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରି ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ସମୁଦାୟର ସଦସ୍ୟ ମାନଙ୍କୁ ସକ୍ରିୟ ଭାବେ ରକ୍ତଦାନରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲେ।

ଶିବିର କାର୍ଯ୍ୟକ୍ରମଟି ନିୟମିତ ଓ ସ୍ୱେଚ୍ଛାକୃତ ରକ୍ତଦାନ’ର ଗୁରୁତ୍ୱ’କୁ ଉଜ୍ଜୀବିତ କରିଥିଲା ଏବଂ କଲ୍ୟାଣ, ମାନବିକତା ଓ ସାମାଜିକ ସେବାର ମନୋଭାବ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ବହନ କରିଥିଲା।

ଗୋଟିଏ ଥର ରକ୍ତଦାନ ଆବଶ୍ୟକତା ଥିବା ରୋଗୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇପାରେ ବୋଲି କାର୍ଯ୍ୟକ୍ରମରେ ଅତିଥି ଏବଂ ଆୟୋଜକ ମାନଙ୍କ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା।

ରକ୍ତ ସଂଗ୍ରହ ପ୍ରକ୍ରିୟାରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ୍ ବ୍ୟାଙ୍କ ଟେକ୍ନିକାଲ୍ ଅଧିକାରୀ ଶ୍ରୀ ଖଗେଶ୍ୱର ବେହେରା ସହଯୋଗ କରିଥିବା ବେଳେ ଡା. ରମ୍ୟା ଜୟନ ଏବଂ ଚିକିତ୍ସା ଦଳ ଶିବିରର ସୁଚାରୁ ଓ ବ୍ୟବସ୍ଥିତ ପରିଚାଳନାରେ ସହଯୋଗ କରିଥିଲେ।

ବିଶ୍ୱବିଦ୍ୟାଳୟ ସମୁଦାୟରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିବାରୁ ମୋଟ ୫୧ ୟୁନିଟ୍ ରକ୍ତ ସଫଳତାର ସହ ସଂଗ୍ରହ କରା ଯାଇଥିଲା।

ୱାଇ:ଆର:ସି – ସିନିୟର କାଉନସେଲର୍ ଡା. ସୁଶାନ୍ତ କୁମାର ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ’ର ସମନ୍ୱୟ କରା ଯାଇଥିଲା ଏବଂ ଯୁବ ରେଡକ୍ରସ (ୱାଇ:ଆର:ସି) ସ୍ୱେଚ୍ଛାସେବୀ ମାନଙ୍କର ସମନ୍ୱିତ ପ୍ରୟାସ ଦ୍ୱାରା ଶିବିର କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

କ୍ୟାମ୍ପସରେ ସ୍ୱେଚ୍ଛାକୃତ ରକ୍ତଦାନ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ହୋଇଥିଲା।

ଏହି କାର୍ଯ୍ୟକ୍ରମ ୟୁଥ୍ ରେଡ୍ କ୍ରସ୍‌ର ମାନବିକ ସେବା, ସ୍ୱାସ୍ଥ୍ୟ ସଚେତନତା ଓ ସାମାଜିକ ଦାୟିତ୍ୱ ପ୍ରତି ପ୍ରତିବଦ୍ଧତା ପ୍ରତିଫଳିତ କରିଥିଲା ଏବଂ ପ୍ରତ୍ୟେକ ରକ୍ତଦାନ ଏକ ଆଶାର କିରଣ ହୋଇ ଜଣେ ମଣିଷ’ଙ୍କ ଜୀବନ ରକ୍ଷାରେ ବିଶେଷ ସହାୟକ ହୋଇପାରେ ବୋଲି ଦୃଢ଼ ବାର୍ତ୍ତା ଦେଇଥିଲା।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

————————————–