October 3, 2026

ସେବା ସଂକଳ୍ପ ଅଭିଯାନରେ ରକ୍ତଦାନ ଶିବିର

IMG-20261003-WA0088
Share

 

ପୁରୀ – ଜାତୀୟ ରକ୍ତଦାନ ଦିବସ ଅବସରରେ ଆଜି ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ରକ୍ତଦାନ ଶିବିରକୁ ଓଡ଼ିଶା ରକ୍ତକେନ୍ଦ୍ର ଓ ଆୟୁର୍ବେଦିକ ସେବା ସଂସ୍ଥା/ଅନୁଷ୍ଠାନ ତଥା ଭାରତୀୟ ଜନତା ପାର୍ଟି ଶରଧାବାଲି ମଣ୍ଡଳ, ପୁରୀ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇ ୬୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି ଅବସରରେ ରକ୍ତଦାତାମାନେ ନିଜର ମାନବିକ ଦାୟିତ୍ଵ ପାଳନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିଥିଲେ। ରକ୍ତଦାନ ମହତ ଦାନ ଏହି କାର୍ଯ୍ୟ ସମାଜସେବା ଓ ମାନବିକତାର ଏହି ପ୍ରୟାସକୁ ଆହୁରି ବ୍ୟାପକ କରିବାକୁ ଆହ୍ବାନ ଦିଆଯାଇଥିଲା।

ଏହି ଶିବିରକୁ ବିଜେପି ଜିଲ୍ଲା ଶରଧାବାଲି ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର ପରିଚାଳନା କରିଥିଲେ। ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହିତ CDMO, ପୁରୀ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ମନୋଜ କୁମାର ରଥ ଯୋଗଦାନ କରିଥିଲେ।

ଏହି ଶିବିରକୁ ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର ପରିଚାଳନା କରିଥିଲେ। ଏଥିରେ ମନୋଜ କୁମାର ଅଗ୍ରୱାଲ, ରାକେଶ ନନ୍ଦ, ଶ୍ରୀମନ୍ତ ପ୍ରହରାଜ, ମନୋଜ କୁମାର ଦାସ, କିଶୋର ଆଶିଷ ରଞ୍ଜନ ଦାସ, ଜୟନ୍ତ ପାଣିଗ୍ରାହୀ, ଦେବାନନ୍ଦ ମିଶ୍ର, ରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ମିଶ୍ର, ହେମନ୍ତ ମହାପାତ୍ର, ସୁବାଷ ପାତ୍ର, ସତ୍ୟନାରାୟଣ ସେନା ପ୍ରମୁଖ ସହଯୋଗ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l