October 3, 2026

ନୂଆଗାଁ କ୍ଳଷ୍ଟର୍ ସ୍ତରିୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ 

IMG-20261002-WA0060
Share

 

 

କୋରାପୁଟ ଜ଼ିଲ୍ଲା ଜାତୀୟ ରାଜ ପଥ କଡ଼ ରେ ଥିବା ନୂଆଗାଁ ଗୋଷ୍ଠୀ ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀର ବିକାଶ ପାଇଁ ପ୍ରତିବର୍ଷ ଭଳି’ଶିଶୁ ମହୋତ୍ସବ ସୁରଭି-୨୦୨୬’ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ପଦ୍ମ ଭତ୍ରା ଙ୍କ ତତ୍ବାବଧାନରେ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ସାଧନ କେନ୍ଦ୍ର ଅଧିନସ୍ଥ ୧୪ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ,ଏବଂ ଅଭିଭାବକଗଣ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ଗଣଙ୍କ ଦ୍ଵାରା ଆୟୋଜିତ ନୃତ୍ୟ, ସଂଗୀତ ,ବତ୍କୃତା, କୁଇଜ୍, ରଚନା ଇତ୍ୟାଦି *ସମୃଦ୍ଧ ଭାଷା:* *ସମୃଦ୍ଧ ଓଡିଶା* ସଂପର୍କରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶଶାହାଣ୍ଡି ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ଶିବ ମନ୍ଦିର ରୁ ମସାଲ ପ୍ରଜ୍ବଳିତ କରି ଗ୍ରାମ ପରିକ୍ରମା କରି ଉତ୍ସବ ସ୍ଥଳକୁ ଆଣିଥିଲେ। ଏଥିରେ ସମାଜ ସେବୀ ଶ୍ରୀ ଗଣେଶ ବିଶୋଇ ସକ୍ରିୟ ଭାବେ ଯୋଗ ଦେଇଥିଲେ। ଦିବସ ବ୍ୟାପୀ କାର୍ଯ୍ୟକ୍ରମ ରେ ଅପରାହ୍ନ ରେ ବୋରିଗୁମ୍ମା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମାଝୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମ୍ମାନୀୟ ଅତିଥି ଭାବେ ଶିକ୍ଷକ ସର୍ବଶ୍ରୀ ଏନ୍ ରାମେଶ୍ବର ରାଓ, ଶ୍ରୁତମ ବିଶୋଇ, ପ୍ରଶାନ୍ତ ଆଚାରୀ, ବିନାୟକ ପୁଜାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁପ୍ରଭା ଦୁଃଖୀ, ସ୍ଥାନୀୟ ବିଦ୍ୟାଳୟ ସଭାପତି ଶ୍ରୀ ନବୀନ ଭତ୍ରା ଏବଂ ସମାଜସେବୀ ଅରୁଣ କୁମାର ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସୁରଭି କାର୍ଯ୍ୟକ୍ରମ ସଂପର୍କରେ ଉଦବୋଧନ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ବବିତା ରାଣୀ ଦୋରା ମଞ୍ଚ ସଞ୍ଚାଳନା କରିଥିଲେ।ଶିକ୍ଷକ ସର୍ବଶ୍ରୀ ଶିବ ଗାଦବା, ପଦୁରାମ ଗାଦବା, ପବିତ୍ର ଭୋଇ , ରାକେଶ କୁମାର ଦାଶ, ରାଜେଶ କୁମାର ନାୟକ, ବିଶ୍ବନାଥ ନାୟକ, ଅଭି ଭୁମିଆ ଏବଂ ଶିକ୍ଷୟିତ୍ରୀ ସର୍ବଶ୍ରୀମତୀ ଭାରତୀ ଷଡ଼ଙ୍ଗୀ, ପ୍ରଭାମୟୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର

You may have missed