October 3, 2026

ବେଗୁନିଆରେ ଆନ୍ତର୍ଜ୍ୟାତୀୟ ଅହିଂସା ଦିବସ ପାଳିତ 

IMG-20261002-WA0098
Share

 

 

ବେଗୁନିଆ, (ଉପାନ୍ତ ଖବର ମାନସ ରଞ୍ଜନ କର)ତା02/10: ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟ ଓ

ଏନସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସ ରରେ ଆନ୍ତର୍ଜ୍ୟାତୀୟ ଅହିଂସା ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ବରିଷ୍ଠ ଵିଦ୍ୟାର୍ଥୀମାନଙ୍କ ମଧ୍ୟରେ

ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ଏବଂ ଆଶା ମୁର୍ମୁ

ବକ୍ତୃତା ପ୍ରତିଯୋଗିତା ପରିଚାଳନା କରିଥିଲେ. ଏଥିରେ

ଅଭିମନ୍ୟୁ କର ପ୍ରଥମ, ସ୍ମୃତି ରଞ୍ଜନ ପଣ୍ଡା ଦ୍ଵିତୀୟ ଓ ଶ୍ରଦ୍ଧାଞ୍ଜଳି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ. ଶିକ୍ଷକ

ହିମାଂଶୁ ଭୂଷଣ ସ୍ୱାଇଁ ଏବଂ

ଜ୍ଞାନ ରଞ୍ଜନ ମହାଳିକଙ୍କ ଦ୍ୱାରା କନିଷ୍ଠ ବିଭାଗରେ ହୋଇଥିବା

ବକ୍ତୃତା ପ୍ରତିଯୋଗିତାରେ ଷଷ୍ଠ

ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ପ୍ରାପ୍ତ ହୋଇଥିଲେ.ଶିକ୍ଷକ

ଶିକ୍ଷୟିତ୍ରୀ ରିସ୍ମାରଶ୍ମି ପାଇକରାୟ ଓ ସୁନିତା ପୃଷ୍ଟି ଏନସିସି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ଯେଉଁଥିରେ ପ୍ରଦୀପ ବେହେରା ପ୍ରଥମ, ସାଇ ଅଂଶୁମାନ ସାହୁ ଦ୍ଵିତୀୟ ଓ ଦିବ୍ୟଜ୍ୟୋତି ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ.ଆୟୋଜିତ ସଭାରେ

ସୁନାମଧନ୍ୟ ସମାଜସେବୀ ପୂର୍ଣଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ବେଗୁନିଆ ଗ୍ରାମ୍ୟ କମିଟିର ଅଧ୍ୟକ୍ଷ ମାୟାଧର ମାର୍ଥା

ମୁଖ୍ୟବକ୍ତା ଏବଂ ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଉପାଧ୍ୟକ୍ଷ୍ୟ ଭବାନି ଶଙ୍କର ଜୟସିଂହ ସମାନିତ ଅତିଥି ରୂପେଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରିବାପରେ ସୌମ୍ୟରଞ୍ଜନ ସାହୁ ଓ ଏନସିସି ଶିକ୍ଷକ ଶ୍ରୀ ମାହାପାତ୍ରଙ୍କ ତତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋଇଥିବା ରାଲିରେ ସାମିଲ ହୋଇଥିଲେ.

ଉକ୍ତ କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ସନ୍ତୋଷ ଗୁମାନସିଂ ଏବଂ ବିଶ୍ୱରଂଜନ ପରିଡ଼ା ଶିକ୍ଷକ ଶ୍ରୀକାନ୍ତ କୁମାର

ପଣ୍ଡାଙ୍କ ସହ ସହଯୋଗ କରିଥିଲେ.