ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, ତା. ୦୫.୧୧.୨୦୨୬
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମେରା ଯୁବା ଭାରତ, ଗଜପତି ପକ୍ଷରୁ ‘ନିଜ ଭୋଟକୁ ଜାଣନ୍ତୁ’ (Know Your Vote) ବିଷୟବସ୍ତୁକୁ ନେଇ ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଇଂରାଜୀ ବିଭାଗର ମୁଖ୍ୟ ଡ. ସୁଭାଷ ଚନ୍ଦ୍ର ପ୍ରଧାନ, ଓଡ଼ିଆ ବିଭାଗର ଶ୍ରୀ ବିପ୍ଳବ ରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଯୁବ ଆଇକନ୍ ଶ୍ରୀକାନ୍ତ ବେହେରା ଏବଂ ସାମାଜିକ ଗଣମାଧ୍ୟମ ପ୍ରଭାବକ ଶ୍ରୀ ପୋଲାକି ମଣିକାନ୍ତ ଓ ଶ୍ରୀ ମୋଦି ମୋହନ ରାଓ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଅତିଥିମାନେ ମତଦାନର ଗୁରୁତ୍ୱ, ମତାଧିକାରର ସଠିକ୍ ବ୍ୟବହାର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ନିଜର ମତାମତ ରଖିଥିଲେ। ଯୁବପିଢ଼ିଙ୍କୁ ସଚେତନ ଓ ଦାୟିତ୍ୱବାନ ଭୋଟର ଭାବେ ଗଢ଼ିତୋଳିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ।
ଏହାପରେ ଯୁବ ଆଇକନ୍ ଶ୍ରୀକାନ୍ତ ବେହେରା ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ମତଦାନର ମହତ୍ତ୍ୱ, ଭୋଟରଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଯୁବକଯୁବତୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ଯୁବକଯୁବତୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯିବା ସହ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ଓ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।
ଗଜପତି ଜିଲ୍ଲାର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲାୱାଡାଙ୍କ ନିର୍ଦ୍ଦେଶନା ଓ ଉପସ୍ଥିତିରେ ଏବଂ ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।
