November 5, 2026

ଗଜପତି:- ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20261105-WA0042
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ (ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି(ଏସ୍.କେ.ସି.ଜି). ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମେରା ଯୁବା ଭାରତ, ଗଜପତି ପକ୍ଷରୁ ‘ନିଜ ଭୋଟକୁ ଜାଣନ୍ତୁ’ (Kନୋ ୟୋର୍ ଭୋଟ) ବିଷୟବସ୍ତୁକୁ ନେଇ ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଂରାଜୀ ବିଭାଗର ମୁଖ୍ୟ ଡ. ସୁଭାଷ ଚନ୍ଦ୍ର ପ୍ରଧାନ, ଓଡ଼ିଆ ବିଭାଗର ଶ୍ରୀ ବିପ୍ଳବ ରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ପ୍ରାଧ୍ୟାପକ ଓ ଅଧ୍ୟାପକ ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଯୁବ ଆଇକନ୍ ଶ୍ରୀକାନ୍ତ ବେହେରା ଏବଂ ସାମାଜିକ ଗଣମାଧ୍ୟମ ପ୍ରଭାବକ ଶ୍ରୀ ପୋଲାକି ମଣିକାନ୍ତ ଓ ଶ୍ରୀ ମୋଦି ମୋହନ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଅତିଥି ମାନେ ମତଦାନର ଗୁରୁତ୍ୱ, ମତାଧିକାର’ର ସଠିକ୍ ବ୍ୟବହାର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ି’ଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ନିଜର ମତାମତ ରଖିଥିଲେ। ଯୁବପିଢ଼ି’ଙ୍କୁ ସଚେତନ ଓ ଦାୟିତ୍ୱବାନ ଭୋଟର ଭାବେ ଗଢ଼ିତୋଳିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଏହାପରେ ଯୁବ ଆଇକନ୍ ଶ୍ରୀକାନ୍ତ ବେହେରା ପାୱାର-ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ମତଦାନର ମହତ୍ତ୍ୱ, ଭୋଟର’ଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଯୁବକ-ଯୁବତୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ଯୁବକ-ଯୁବତୀ’ଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯିବା ସହ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରା ଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।

ଗଜପତି ଜିଲ୍ଲାର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲାୱାଡା’ଙ୍କ ନିର୍ଦ୍ଦେଶ କ୍ରମେ ଓ ଉପସ୍ଥିତିରେ ଏବଂ ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–

You may have missed