November 5, 2026

ସାତକୋଶିଆ ବନଖଣ୍ଡରେ ଆତ୍ମସାତ ଅଭିଯୋଗ କୋଟି କୋଟି ର ଆତ୍ମସାତ ଘଟଣା ଥାନାରେ ଏତଲା ଭିଜିଲାନ୍ସ ତଦନ୍ତ କୁ ବିଭାଗ କରୁଛି !

IMG-20261105-WA0032
Share

 

ଅନୁଗୋଳ : ସାତକୋଶିଆ ବନଖଣ୍ଡ କର୍ମଚାରୀଙ୍କ ପେନସନ,ଆରପିଏଫ,ଗ୍ରାଚୁଟି ଇତ୍ୟାଦିରେ ଵଡ ଧରଣର ହେରାଫେରି ଘଟଣା ସମ୍ପର୍କରେ ଅନୁଗୁଳ ଥାନା ରେ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରା ଏତଲା ଦିଆଯାଇଛି। ଅନୁଗୁଳ କୋଷାଗାର ଅଧିକାରୀ ଙ୍କ ସନ୍ଦେହଜନକ ଘଟଣା ର ତଥ୍ୟ ଖୋଳତାଡ ସମୟରେ ପ୍ରାୟ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ କଟକ ବନଖଣ୍ଡ ର ଏକ ସ୍ଵତନ୍ତ୍ର ଦଳ ଅନୁଗୂଆସି ସମସ୍ତ ବିଷୟରେ ଅନୁସନ୍ଧାନ କରିବା ପରେ ବନଖଣ୍ଡ ଅଧିକାରୀ ଏମିତି ପଦକ୍ଷେପ ନେଇଥିବା ପ୍ରକାଶ । ସାତକୋଶିଆ ବନଖଣ୍ଡରେ କାର୍ଯ୍ୟରତ ଜଣେ କିରାଣୀ ଘଟଣା ପରେ ସସପେଣ୍ଡ ହୋଇଛନ୍ତି। ସମ୍ପୃକ୍ତ କିରାଣୀ ଙ୍କ ବଦଳି ହୋଇଥିଲେ ମଧ୍ୟ ଗତ ପ୍ରାୟ ତିନିମାସ ହେଲା ସେ ଛୁଟିରେ ରହୁଥିଲେ । ବିଲ୍ ଦାୟିତ୍ଵ ରେ ଥିବା ଏହି କର୍ମଚାରୀ ବିଗତ ଦିନରେ କିଛି ପୁର୍ବତନ ଅଧିକାରୀ ଙ୍କ ମୁଁ ନଜରରେ ରହିଥିଲେ ।ଏହି ସୁଯୋଗରେ ସେ ଅବଶ୍ୟ ନେଉଥିବା ଅଥବା ମୃତ୍ୟୁ ଜନୀତ ଘଟଣା ରେ ସେମାନଙ୍କ ପରେ ପେନସନ,ଗ୍ରାଚୁଟି ଇତ୍ୟାଦିରେ ମିଳୁଥିବା ଅର୍ଥରେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଅନ୍ୟ ର ଏକାଉଣ୍ଟ୍ ରେ ଜମାକରି ଫାଇଦା ଉଠାଇ ଥିବା ଅଭିଯୋଗ ର ତଦନ୍ତ ଚାଲିଛି। ଘଟଣା କେବେ ଠାରୁ ହୋଇ ଆସୁଛି ସେ ଦିଗକୁ ବନ ବିଭାଗ ନଜର ଅନ୍ଦାଜ କରି କୋଷାଗାରର ଅଭିଯୋଗ ଆଧାରରେ ତଦନ୍ତ ର ପରିସୀମା ନିର୍ଣ୍ଣୟ ସନ୍ଦେହଜନକ ଅଟେ । ଅଭିଯୁକ୍ତ ବ୍ୟକ୍ତି ୨୦୦୮ ମସିହା ପର ଠାରୁ ସେହି ନିର୍ଦିଷ୍ଟ ପଦବୀରେ ଅବସ୍ଥାପିତ ଅଛନ୍ତି।ଇତି ମଧ୍ୟରେ ବର୍ତ୍ତମାନ ର ଅଧିକାରୀ ଙ୍କ ଆଗରୁ ତିନି ଅଧିକାରୀ ଵଦଳି ହୋଇ ଗଲେଣି।ସେ ସମୟରେ ସେ ଅଧିକାରୀ ମାନଙ୍କ ସହ ବେଶ ମିଳାମିଶା କରି ଅଧିକାରୀ ଙ୍କ ନିଜସ୍ଵ ଆଇ ଡି ପାସ୍ ର ଓ୍ଵାଡ ବ୍ୟବହାର କରିଥିବା ଘଟଣା କୁ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ସମୟ କହିବ । ବେତନ ଅନୁଯାୟୀ ଅଭିଯୁକ୍ତ ଙ୍କ ସମ୍ପତି କୁ ନେଇ ସହରରେ ଚର୍ଚ୍ଚା ହୋଇଥାଏ।ଏକ ଘରୋଇ କମ୍ପାନୀରେ ତାଙ୍କ ର ଟ୍ରକ ବ୍ୟବସାୟ ଥିବା ଶୁଣାଯାଏ। ଉକ୍ତ କର୍ମଚାରୀ ଙ୍କ ଶିକ୍ଷା ଗତ ଯୋଗ୍ୟତା ମଧ୍ୟ ସନ୍ଦେହ ଥିବା ଅଭିଯୋଗ ସୋଇଥାଏ। ତେଣୁ ତାଙ୍କ ର ଶିକ୍ଷା ଗତ ପ୍ରମାଣ ପତ୍ର ର ତଦନ୍ତ କୁ ବିଭାଗ ଗୁରୁତ୍ଵ ଦେବ ନା ଅଣଦେଖା କରିବ ତାହା ଏବେ ପ୍ରଶ୍ନବାଚୀ ଅଟେ । ଏ ଘଟଣା କୁ ଭିଜିଲାନ୍ସ ବିଭାଗ କୁ ହସ୍ତାନ୍ତର କରିବା ବଦଳରେ ଥାନା ରେ ଏତେଲା ଦେଇ ବିଭାଗର ଦୋଷ ଲୁଚାଇବାକୁ ପ୍ରୟାସ ହୋଇଥାଇପାରେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ପ୍ରଶ୍ନ ଉଠୁଛି ଯେଉଁ କର୍ମଚାରୀ ମାନଙ୍କ ଜୀବନର ସଞ୍ଚିତ ଅର୍ଥ ଆତ୍ମସାତ ହୋଇଛି ସେମାନଙ୍କ ଟଙ୍କା କେମିତି ଫେରି ପାଇବେ । ଅନେକେ ଆଉ ଇହ ଜଗତରେ ନାହାନ୍ତି। ସେମାନଙ୍କ ପରିବାର କୁ କିଏ ଦେବ ନ୍ୟାୟ। ତଦନ୍ତ ସରିଵା ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ଶ୍ରୀ ଗଦାଧର ପାତ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି।

You may have missed