October 4, 2026

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନ ମଜବୁତ୍ କରିବା ଲକ୍ଷ୍ୟରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଜିଲ୍ଲା ସଂଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ

IMG-20261004-WA0160
Share

 

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ଆମ୍ ଆଦମୀ ପାର୍ଟି, ଭୁବନେଶ୍ୱର ଜିଲ୍ଲା ସଂଗଠନ ପକ୍ଷରୁ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆଗାମୀ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା, ଜନସାଧାରଣଙ୍କ ନିକଟରେ ଦଳର ବାର୍ତ୍ତା ପହଞ୍ଚାଇବା ଏବଂ ଲୋକଙ୍କ ସହ ଯୋଡ଼ି ହେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡର ପ୍ରତିନିଧି ଓ ନେତୃବୃନ୍ଦ ଯୋଗଦେଇଥିଲେ। ଆଗାମୀ ମହାନଗର ନିଗମ ନିର୍ବାଚନରେ ସମସ୍ତ ୱାର୍ଡରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏହି ବୈଠକର ଘୋଷଣା କରିଥିଲେ। ଇତ୍ୟବସରରେ ଶ୍ରୀ ମହାପାତ୍ର ସମସ୍ତ କର୍ମକର୍ତ୍ତା ଓ ଦଳୀୟ ନେତୃତ୍ୱଙ୍କୁ ନିଜ ନିଜ ୱାର୍ଡରେ ଅଧିକରୁ ଅଧିକ ସଦସ୍ୟଙ୍କୁ ଦଳ ସହ ଯୋଡ଼ିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ। ଆଗାମୀ ନିର୍ବାଚନରେ ଦଳ କିପରି ସଂଗଠିତ ଓ ଶକ୍ତିଶାଳୀ ଭାବେ ନିର୍ବାଚନ ଲଢ଼ିପାରିବ, ସେଥିପାଇଁ ସେ ବିଭିନ୍ନ ସାଂଗଠନିକ ପରାମର୍ଶ କର୍ମକର୍ତ୍ତାଙ୍କୁ ପ୍ରଦାନ

କରିଥଲେ।‌ ପ୍ରତ୍ୟେକ ୱାର୍ଡରେ ୱାର୍ଡ କମିଟି ଗଠନ କରିବା ସହ ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକର ସମାଧାନ ପାଇଁ ଜନସାଧାରଣଙ୍କ ସହ ମିଶି କାର୍ଯ୍ୟ କରିବା ଉପରେ ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ୟ୍ଯ କାନୁନଗୋ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱରେ ଦାୟିତ୍ୱରେ ଥିବା ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍ ୱାର୍ଡ ସ୍ତରୀୟ ସମସ୍ୟା ଓ ଏହାର ସମାଧାନ ମାଧ୍ଯମରେ ତୃଣମୂଳ ସ୍ତରରେ ସକ୍ରିୟ ରହିବାକୁ କର୍ମକର୍ତ୍ତାଙ୍କୁ ନିବେଦନ କରିଥିଲେ।

ଏଥିସହ ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡର ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ମିଳିତ ବୈଠକ ଆୟୋଜନ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।‌ ଏହି ସାଂଗଠନିକ ବୈଠକର ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ ଶ୍ରୀକାନ୍ତ ପାଣି, ଶ୍ରୀ ସିଦ୍ଧାର୍ଥ ପରିଡ଼ା,ଶ୍ରୀ ଲଳିତ ଅଧିକାରୀ, ଶ୍ରୀ ଶାରଦା ଦାଶ,ଶ୍ରୀ ଶୈଳେନ୍ଦ୍ର ସ୍ୱାଇଁ, ଶ୍ରୀ ଲଲାଟ ଜେନା, ଶ୍ରୀ ଜୟରାମ ମଲ୍ଲିକ, ଶ୍ରୀ ସୁପ୍ରାଜ ଦିଗାଲ, ଶ୍ରୀମତୀ ଜ୍ୟୋତିର୍ମୟୀ ନାୟକ, ଶ୍ରୀମତୀ ଅଞ୍ଜଳି ନାଥ, ଶ୍ରୀ ଜିପ୍ରାସ୍ ଦିଗାଲ, ଶ୍ରୀ ସଲମାନ୍ ଖାନଙ୍କ ସମେତ ଜିଲ୍ଲା ସଙ୍ଗଠନର ବହୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବୈଠକକୁ ସଫଳ କରିଥଲେ।

You may have missed