ମଣ୍ଡଳ ସ୍ତରିୟ କ୍କ୍ରୀଡା ପ୍ରତିଯୋଗିତା ୨୦୨୬-୨୦୨୭
ବୋଲଗଡବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ତା -୩-୧୦-୨୦୨୬ ରିଖ ଶନିବାର ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କ୍ରୀଡ଼ା ପ୍ରତିଯୋଗିତାରେ ଖୋ ଖୋ ବାଳକ ଓ ବାଳିକା ବିଭାଗରେ ସର୍ବମୋଟ ବୋଲଗଡ଼ ବ୍ଲକର ଚାରିଗୋଟି ଜୋନ ର ୧୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l କ୍ରୀଡ଼ା ପରିଚାଳନା କରିଥିଲେ ବ୍ଲକର ୧୫ ଜଣ କ୍ରୀଡ଼ା ଶିକ୍ଷକ l ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୪୦ ଜଣ ଜିଲ୍ଲା ସ୍ତରକୁ ଚୟନ କରlଯାଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କର ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ lମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା,ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମ ଚରଣ ବେହେରା., ସମାଜସେବୀ ସୁରେଶ କୁମାର ବେହେରା, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଜୟରାମ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୋଗେନ୍ଦ୍ର କୁମାର ପରିଡା ଯୋଗ ଦେଇଥିଲେ l ଅତିଥି ପରିଚୟ ଶିକ୍ଷକ ମୁନା ଖଟୁଆ କରିଥିବା ବେଳେ, ବେଦପାଠ ଶିକ୍ଷିକା ପ୍ରତିଭା ରାଣସିଂହ ଏବଂ ଛାତ୍ରୀମାନଙ୍କଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଅତିଥିମାନଙ୍କଦ୍ୱାର କୃତି ପ୍ରତିଯୋଗୀ ମାନଙ୍କୁ ଫଳକ ପ୍ରଦାନ କରାଯାଇଥିଲା l କ୍ରୀଡାଦ୍ୱାରା ମଣିଷ କିଭଳି ସୁସ୍ଥ ଓ ନିରାମୟ ଜୀବନ ଜାପାନ କରିପାରେ ସେ ସମ୍ପର୍କରେ ଏବଂ ଆଧ୍ୟାତ୍ମିକତା ମଣିଷକୁ କିପର ଉତ୍ତମ ମାର୍ଗରେ ପରିଚାଳିତ କରିଥାଏ ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟରେ ମାର୍ଗ ଦର୍ଶନ କରିଥିଲେ l ଜୋନ ସମ୍ପାଦକ ତଥା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରିୟ ଦେବାଶିଷ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
