ନବରଙ୍ଗପୁର “ହସତେ ରୁଆ” ଗ୍ରୁପ ଆନୁକୂଲ୍ୟରେ ଜନ୍ମାଷ୍ଟମୀ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଉତ୍ସବ
ନବରଙ୍ଗପୁର :-(ଏମ୍.ଦୀନା°ଶୁ ଆଚାରୀ) ଓଡ଼ିଶାରେ ସୁପରିଚିତ ସାମାଜିକ ଗଣମାଧ୍ୟମ ଫେସବୁକର “ହସତେ ରୁଆ” ଗ୍ରୁପ ତରଫରୁ ନବରଙ୍ଗପୁର,ଟେକ୍ନୋ ଗୁରୁକୁଳ ବିଦ୍ୟାଳୟ ରେ, ଜନ୍ମାଷ୍ଟମୀ ଉପଲକ୍ଷେ ଆୟୋଜିତ କୃଷ୍ନ ଓ ରାଧା ବେଶ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗ୍ରୁପ ର ପ୍ରତିଷ୍ଠାତା ରାମନାଥ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ, ମୁଖ୍ୟ ଅତିଥିଭାବେ, ହାସ୍ୟ କବି ବିଜୟ ଚୌଧୁରୀ, ସ୍ଵତନ୍ତ୍ର ଅତିଥି ଭାବେ ଉପ ନଗର ପାଳ ସୌମ୍ୟା ମହାପାତ୍ର, ଆଡମିନ ଭାରତୀ ବିଶୋୟୀ, ପିଙ୍କି ଶତପଥୀ ଯୋଗଦେଇ ନବରଙ୍ଗପୁର ଅଞ୍ଚଳର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ପ୍ରତିଯୋଗଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅତିଥି ମାନେ ପିଲାଙ୍କୁ ମୋବାଇଲ ରୁ ଦୂରରେ ରଖିବାକୁ ପରାମର୍ଶ ଦେଇଥିଲେ ।ମଣିଷ ହସି ହସି ଜୀବନ ବିତାଇବାକୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ପରାମର୍ଶ ଦେଇଥିଲେ ।ପ୍ରକାଶ ଥାଉକି ଏହି ବର୍ଷର ପ୍ରତିଯୋଗିତାରେ ୧୦୬୫ ପ୍ରତିଯୋଗୀ ସାରା ଓଡିଶାରୁ ଏପରିକି ଜଣେ ପ୍ରତିଯୋଗୀ ଆମେରିକା ରୁ ଅଂଶ ଗ୍ରହଣ କରିଥିଲେ ।ନବରଙ୍ଗପୁର ରୁ ଅଂଶ ଗ୍ରହଣ କରିଥିବା ୧୧ମାସର କୁନି ପ୍ରତିଯୋଗୀ ଙ୍କୁ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।
ଶେଷରେ ଆଡମିନ ଭାରତୀ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।
