ରାତି ପାଟ୍ରୋଲିଂ ବେଳେ ନିଶା କାରବାର ଉପରେ ପୁଲିସର ଚଢ଼ାଉ ୬ ଗିରଫ, ୩ ଫେରାର….
ତିର୍ତ୍ତୋଲ, ୦୪/୧୦/୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ କଟକ ପାରାଦ୍ୱୀପ ରାସ୍ତା ର, ଜଇପୁର ପୁରୁଣା ବ୍ରିଜ୍ ନିକଟରେ ସନ୍ଦିଗ୍ଧ ଭାବେ ବୁଲୁଥିବା ବ୍ୟକ୍ତିଙ୍କୁ ଧରି ପୁଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୩ ଜଣ ଫେରାର ହୋଇଯିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସା ରେ, ଅକ୍ଟୋବର ୪ ତାରିଖ ଭୋର ପ୍ରାୟ ୪ଟା ସମୟରେ ଜୟପୁର ପୁରୁଣା ବ୍ରିଜ୍ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ଏକ ମୋଟର ସାଇକେଲରେ ଦୁଇଜଣ ବ୍ୟକ୍ତି ସନ୍ଦିଗ୍ଧ ଭାବେ ବସି ଏଣେତେଣେ ଘୂରୁଥିବା ଦେଖିଥିଲେ । ପୋଲିସକୁ ଦେଖି ଦୁଇଜଣ ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିଲେ । ପେଟ୍ରୋଲିଙ୍ଗ ପୁଲିସ କର୍ମଚାରୀଙ୍କ ସହାୟତା ରେ ସେମାନଙ୍କୁ ଅଟକାଇ ଚଢ଼ାଉ କରା ଯାଇଥିଲା । ଏହି ଚଢ଼ାଉରେ ଭରତ ବେହେରା , ସୌମ୍ୟରଞ୍ଜନ ମହାନ୍ତି ଓରଫ ପିକୁନ, ଅମରେଶ ସ୍ୱାଇଁ , ଏସ୍.କେ. ନୁର ହୁସେନ,ଜ୍ୟୋତିରଞ୍ଜନ ମହାରଣା ଓରଫ ଜିତୁ ଏବଂ ଜ୍ୟୋତ୍ସ୍ନା ବେହେରା ଓରଫ କୁନିଙ୍କୁ ପୋଲିସ ଗିରଫ କରିଛି । ପୋଲିସର ତଲାସୀ ବେଳେ ୩୫.୮୦ ଗ୍ରାମ ମୋଟ ଓଜନ ଏବଂ ୩୫.୬୨ ଗ୍ରାମ ନିଟ୍ ଓଜନର ସନ୍ଦିଗ୍ଧ ନିଶାଦ୍ରବ୍ୟ, ନଗଦ ୬,୮୯୦ ଟଙ୍କା, ଏକାଧିକ ମୋବାଇଲ ଫୋନ୍ ଏବଂ ବିଭିନ୍ନ ମୋଟର ସାଇକେଲ ସହ ଏକ କାର୍ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୟାମାହା ଆର୍-୧୫, ପଲସର-୧୫୦, ହିରୋ ହୋଣ୍ଡା ସିଡି ଡିଲକ୍ସ ମୋଟର ସାଇକେଲ ଏବଂ ମାରୁତି ସୁଜୁକି କାର୍ ରହିଛି । ଏହା ସହିତ ଭିଭୋ, ରିଅଲମି ଓ ଓପୋ କମ୍ପାନୀର ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି ।
ଅନ୍ୟପକ୍ଷରେ, ଚେଙ୍ଗା ଓରଫ ସୌମେଶ ସ୍ୱାଇଁ, ସୂର୍ଯ୍ୟ ଏବଂ ପାପୁଲା ନାମକ ୩ ଜଣ ବ୍ୟକ୍ତି ଚଢ଼ାଉm ସମୟରେ ଧରାପଡ଼ି ନଥିବା ବେଳେ ସେମାନେ ଫେରାର ଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ନେଇ ତିର୍ତ୍ତୋଲ ଥାନାରେ କେସ୍ ନମ୍ବର ୪୪୫ ରେ ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୧(୨)(ଖ)/୧୧୧(୩)/୧୧୧(୪) ସହ ଏନ୍ଡିପିଏସ୍ ଆଇନର ଧାରା ୮(ଗ)/୨୧(ଖ)/୨୯ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚାଲିଛି । ଜବତ ସନ୍ଦିଗ୍ଧ ନିଶାଦ୍ରବ୍ୟ, ଗାଡ଼ି, ମୋବାଇଲ ଫୋନ୍n ଓ ନଗଦ ଟଙ୍କାକୁ ନିୟମାନୁସାରେ ଜବତ କରି ପୁଲିସ ହେପାଜତରେ ରଖାଯାଇଛି । ଗିରଫ ୬ ଅଭିଯୁକ୍ତଙ୍କୁ ତଦନ୍ତ ପରେ ନ୍ୟାୟିକ ହେପାଜତ ପାଇଁ ମାନ୍ୟବର ଅଦାଲତରେ ହାଜର କରାଯାଇଛି ।
