October 4, 2026

ଗରଦପୁର: ପଳସୁଧା ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ବିଛାଇବା କାମ ଆରମ୍ଭ

IMG-20261004-WA0004
Share

 

ଗରଦପୁର (ସୌମ୍ୟ ରଞ୍ଜନ ସାହୁ): ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଗ୍ରାମରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାଇପ୍ ଲାଇନ୍ ବିଛାଇବା କାମ ଆରମ୍ଭ ହୋଇଛି।ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି କ୍ରମରେ ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ କୁଦାଳ, ସାବଳ ଓ ଅନ୍ୟାନ୍ୟ ଜିନିଷ ସାହାଯ୍ୟରେ ମାଟି ଖୋଳାଯାଇ ପାଇପ୍ ବିଛାଇବା ପ୍ରକ୍ରିୟା ଜୋରଦାର ଚାଲିଛି। ସ୍ଥାନୀୟ ଶ୍ରମିକମାନେ ନିଷ୍ଠାର ସହ ଏହି କାମରେ ନିୟୋଜିତ ଅଛନ୍ତି।ଏହି ପାଇପ୍ ଲାଇନ୍ କାମ ସମ୍ପୂର୍ଣ୍ଣ ହେଲେ ଗ୍ରାମର ପ୍ରତ୍ୟେକ ପରିବାରକୁ ସହଜରେ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ। ଗ୍ରାମରେ ପାନୀୟ ଜଳ ଯୋଗାଣ କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ସନ୍ତୋଷ ପ୍ରକାଶ ପାଇଛି। ଗରଦପୁର ରୁ ସୋମ୍ୟ ରଞ୍ଜନ ସାହୁ ଙ୍କ ନିଉଜ ଉପାନ୍ତ ଖବର।