October 4, 2026

ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ

IMG-20261004-WA0000
Share

 

ବରଗଡ,(ସୁରେନ୍ଦ୍ର କଠାର)

 

ଆଶ୍ୱିନ ମାସ ତା୦୩/୧୦/୨୦୨୬ ଶନିବାର କୃଷ୍ଣପକ୍ଷ ମୁ୍ଳାଷ୍ଟମୀ ଠାରୁ ମାଁ ମାହେଶ୍ୱରୀଙ୍କର ଶାରଦୀୟ ଷୋଡଶ ଦିନାତ୍ମକପୂଜା ଆରମ୍ଭ ହୋଇଯାଇଛି l ପଣ୍ଡିତ ଦୈତାରୀ ପୂଜାରୀ ସଂକଳ୍ପ କରିବା ପରେ ବିଳମ୍ବିତ ରାତିରେ ମନ୍ଦିରର ପୂଜକ ସନ୍ତୋଷ ମହାକୁର ମାଙ୍କର ପୂଜାର୍ଚ୍ଚନା କରିବା ପରେ ମାଁଙ୍କ ପ୍ରତୀକ ଶାଳକା ବାଡ଼ିଙ୍କୁ ଛତ୍ର, ବୈରଗ, ଚାମର ସହ ଘଣ୍ଟ ଶଙ୍ଖ ଓ ପଞ୍ଚବାଦ୍ୟର ତାଳେ ତାଳେ ନିକଟସ୍ଥ ପୁଷ୍କରିଣୀକୁ ସ୍ନାନଯାତ୍ରା ପାଇଁ ନିଆଯାଇଥିଲା l ସ୍ନାନସାରି ଫେରିବାବାଟରେ ମାଁ ମାହେଶ୍ୱରୀ ଗାଁର ସବୁ ପଡ଼ାରେ ପୂଜା ପାଇଥିଲେ l ମକରଧ୍ୱଜ କର୍ମୀ ଓ ସ୍ୱାଧୀନ ପାତ୍ରଙ୍କୁ ମାଁଙ୍କର ବରୁଆ ଆସିଥିଲେ l ସମସ୍ତ ସେବାୟତବୃନ୍ଦ, ମନ୍ଦିରକମିଟିର ସମସ୍ତ ସଦସ୍ୟ,ବୟାଲିଶ ଖଣ୍ଡ ଗାଁର ଡୁମାଲ ଜାତିଭାଇ ଓ ଗ୍ରାମବାସୀଙ୍କର ସହଯୋଗରେ ମାଁଙ୍କର ପୂଜାକାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଚାଲୁଅଛି l ଆଜିଠାରୁ ମହାନବମୀ ପର୍ଯ୍ୟନ୍ତ ମାଁଙ୍କ ମନ୍ଦିରରେ ଭୋଗ ରନ୍ଧା ହୋଇ ମାଁଙ୍କୁ ଭୋଗ ଅର୍ପଣ କଲାପରେ ଭକ୍ତମାନଂକୁ ଭୋଗବଣ୍ଟନ କରାଯିବ ବୋଲି ମନ୍ଦିରକମିଟି ତରଫରୁ ସୂଚନା ଦିଆହୋଇଛି l