ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା
ବରପାଲି : ୩/୧୦(ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁ ଗ୍ରାମ ପଞ୍ଚାୟତରେ ଅକଟୋବର 2 ଗାନ୍ଧୀ ଜୟନ୍ତି ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ. ଅନୁଷ୍ଠିତ ହୋଯାଇଅଛି l ଏହି ବୈଠକରେ ପଞ୍ଚାୟତର ମୁଖ୍ୟ ସରପଞ୍ଚ ଶ୍ରୀମାନ ହିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଇଓ ରବିକାନ୍ତ ସାହୁ, ଏଡି ଇଓ ତୀର୍ଥରାଜ ଭୋଇ, ସୁଜିଆ ରାଜସ୍ବ ନିରକ୍ଷକ ଶ୍ରୀମତୀ ଭା୍ନୁପ୍ରିୟା କର୍ଣ୍ଣ, ଭଟିଗାଁ ଗ୍ରାମ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି ଆଶା କର୍ମୀ ଯଥା ବବିଲି ସାହୁ, ସୁନିତା ପଧାନ, ଶୋଭାଙ୍ଗିନୀ ମହାନନ୍ଦ, ମାଧବୀ ଧରୁଆ, ସୁନିତା ସୁନା, ଉପାସି ବରିହା, ସଂଗୀତା ସେଠ, ମଞ୍ଜୁଲତା ବନଛୋର, ଭଟିଗାଁ ପଞ୍ଚାୟତ ଏସ ଏଚଜି ମହାସଂଘର ସଭାପତି ଶ୍ରୀମତୀ ମିରଦୁଲା ସିଂ, ପଞ୍ଚାୟତର ଜୀବିକା ସଖୀ ମାଧୁରୀ କୁମ୍ଭାର, ଭଟୀଗାଁ ପଞ୍ଚାୟତ ରେଟାମୁଣ୍ଡା ଗ୍ରାମର ଇସି ମେମ୍ବର ଶ୍ରୀମତୀ ବିନୋଦିନୀ ଶିକା ଓ ପଞ୍ଚାୟତ ର ସମସ୍ତ SHG ସଭ୍ୟ, ପଞ୍ଚାୟତ ର ୱାର୍ଡ ସଭ୍ୟ ପ୍ରଭାକର ଶିକା, ଗନ୍ଧରବି ଶିକା ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଏହି ବୈଠକରେ ବାରଗୁଡା ପୂର୍ବତନ ସରପଞ୍ଚ ମହେଶ୍ୱର ପଧାନ ଉପସ୍ଥିତ ଥିଲେ।ପ୍ରତେକ ଗ୍ରାମର ସମସ୍ୟା ବିଭିନ୍ନ କାର୍ଯ୍ୟ ଗୁଡିକ ଉନ୍ନତି କରିବା ସକାଶେ ଆଲୋଚନା ହୋଇ ଲେଖା ଯାଇଥିଲା।
