October 5, 2026

ତିର୍ତୋଲ ପୋଲିସ ର ସଫଳତା,ଚୋରି ହୋଇଥିବା ଜିନିଷ ଜବତ କରିବା ସହିତ କବାଡ଼ିଆ କୁ କଲେ ଗିରଫ

IMG-20261003-WA0122
Share

 

 

ତିର୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପକ୍ଷରୁ ରାହାମା ବଜାର ନିକଟସ୍ଥ ତାଳପଡ଼ା ଛକରେ ଥିବା ଏକ କବାଡିଆ ଦୋକାନ ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରାଯିବା ସହିତ ଜଣେ କବାଡ଼ିଆ ବ୍ୟବସାୟୀଙ୍କୁ ଗିରଫ କରଛି ତିର୍ତୋଲ ପୋଲିସ । ଗିରଫ ବ୍ୟବସାୟୀ ହେଲେ ବରୁଣ୍ଡି ଗ୍ରାମର ଅନିଲ କୁମାର ସାହୁ । ତିର୍ତ୍ତୋଲ ଥାନା ପୁଲିସ ଏକ ମାମଲା ରୁଜୁ କରି ଗିରଫ କବାଡ଼ିଆଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ତା’ଙ୍କ ସାନଭାଇ ଅନୁପ ଗୌରବ ସାହୁ ଫେରାର୍ ଥିବା ସୂଚନା ମିଳିଛି । ତିର୍ତ୍ତୋଲ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଅଜୟ କୁମାର ଦାସ ସୂଚନା ଦେଇଛନ୍ତି । ରାହାମା ବରୁଣ୍ଡି ଗ୍ରାମର ଦୁଇଭାଇ ଅନିଲ ଓ ଅନୁପ ରାହାମା ତାଳପଡ଼ା ଛକରେ ଦୀର୍ଘଦିନ ଧରି କବାଡିଆ ବ୍ୟବସାୟ କରୁଛନ୍ତି । ସେମାନେ ଚୋରମାନଙ୍କ ଠାରୁ ଚୋରାରେ ଅନେକ ମୂଲ୍ୟବାନ ସାମଗ୍ରୀ ରଖିବା ସହିତ ପରୋକ୍ଷରେ ଚୋରମାନଙ୍କୁ ଚୋରି କରିବା ପାଇଁ ଉତ୍ସାହିତ କରି ଆସୁଛନ୍ତି । ବିଶ୍ୱସ୍ତ ସୂତ୍ରରୁ ତିର୍ତ୍ତୋଲ ପୁଲିସ ଖବର ପାଇ ଗତକାଲି ଉକ୍ତ କବାଡିଆ ଦୋକାନ ଉପରେ ଚଢ଼ାଉ କରି ଅନେକ ଜିନିଷ ଯଥା ପିତ୍ତଳ ହାଣ୍ଡି, ଘଣ୍ଟି, ଗ୍ଲାସ, ଥାଳି, ପୂଜା ସାମଗ୍ରୀ, ଢାଳ , ଜି.ଆଇ ପାଇପ, ରଡ଼, ଅଲମୁର୍ନିଅମ ତାର, ଷ୍ଟିଲ ପାଇପ, ଟ୍ୟୁବୱେଲ, ପାଣି ମୋଟର ଇତ୍ୟାଦି ଅନେକ ଜିନିଷ ଜବତ କରିଛି । ଏହା ସହିତ ଚୋରି ଜିନିଷ ପରି ବହନରେ ସମ୍ପୃକ୍ତ ଏକ ପିକ୍‌ଅପ୍ ଭ୍ୟାନକୁ ଜବତ କରାଯାଇଛି । ବିଗତ ଦିନରେ ତିର୍ତ୍ତୋଲର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ପୂଜା ସାମଗ୍ରୀ ଏହି ଦୋକାନରୁ ମିଳିଥିବା ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ଦାସ, ତିର୍ତ୍ତୋଲ ଆରକ୍ଷୀ ନିରୀକ୍ଷକ ବଂଶୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

You may have missed