ଭେଡେନ ପପଙ୍ଗା ପାହାଡ଼ ବାବାଜୀ ପୀଠରେ ସାଙ୍ଗଠନିକ ବୈଠକ ସଫଳ ..
ଅତାବିରା (ସୁରେନ୍ଦ୍ର କଠାର)
ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭେଡେନ ବ୍ଲକ୍ ଅନ୍ତର୍ଗତ ଐତିହାସିକ ତଥା ପବିତ୍ର ପପଙ୍ଗା ପାହାଡ଼ ବାବାଜୀ ପୀଠ ପରିସରରେ ବିଜେପିର ଏକ ମହତ୍ତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ବୈଠକରେ ଭେଡେନ ବ୍ଲକ୍ର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଶତାଧିକ ନିଷ୍ଠାପର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। 🙏✨
ଏହି ଗୁରୂତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକରେ ଭରତ ବେହେରାକଂ ପ୍ରତ୍ୟକ୍ଷ ନେତୃତ୍ୱ ଏବଂ ଭେଡେନ ମଣ୍ଡଳର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜୟନ୍ତ ହୋତାଙ୍କ ସହ-ସଭାପତିତ୍ୱରେ ଅନୂଷ୍ଠିତ ହୋଇଥିଲା।
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ବୁଥ୍ ସ୍ତରରୁ କିଭଳି ଆହୁରି ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ କରାଯାଇପାରିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସରକାରଙ୍କ ପ୍ରତ୍ୟେକ କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରର ଶେଷ ପ୍ରତିନିତ୍ଵ ତଥା ପ୍ରତିଟି ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଦୃଢ଼ ରଣନୀତି ପ୍ରସ୍ତୁତି କରାଯାଇଛି।
ଏହି ସଭାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ସରୋଜ ମିଶ୍ର, ଶ୍ରୀ ରଶ୍ମିରଞ୍ଜନ ପାଢ଼ୀ, ଶ୍ରୀ ଲକ୍ଷ୍ମଣ ପଣ୍ଡା, ଶ୍ରୀ ଲଲାଟେନ୍ଦୁ କେଶରୀ, ଶ୍ରୀ ଝସକେତନ ପାଣିଗ୍ରାହୀ ଏବଂ ଶ୍ରୀ ଯଶୋବନ୍ତ ସେଠ୍ଙ୍କ ସମେତ ବହୁ ସଂଖ୍ୟକ ସାଙ୍ଗଠନିକ କର୍ମକର୍ତ୍ତା ଉପସ୍ଥିତ ରହି ଦଳୀୟ ସଙ୍ଗଠନ ଓ ବିକାଶମୂଳକ କାର୍ଯ୍ୟଶୈଳୀ ଉପରେ ନିଜ ନିଜର ମତାମତ ରଖିଥିଲେ।
ଅଞ୍ଚଳର ପ୍ରଗତି ଏବଂ ସଙ୍ଗଠନକୁ ଆଗକୁ ବଢ଼ାଇବା ପାଇଁ ଆମର ଏହି ପ୍ରୟାସ ଏବଂ କାର୍ଯ୍ୟକର୍ତ୍ତାଙ୍କ ଏହି ଅତୁଟ ଏକତା ସଦା ଜାରି ରହିବ।
