October 3, 2026

ମୂଳିସିଂହ ସେଣ୍ଟଜାଭିୟର୍ସ ପବ୍ଲିକ ସ୍କୁଲ ରେ ଗାନ୍ଧୀଜୟନ୍ତୀ ପାଳନ

IMG-20261002-WA0054
Share

ତିର୍ତ୍ତୋଲ ତା 2/10/2026 ଜାତିରପିତା ମହାତ୍ମାଗାନ୍ଧୀ ଜୀ ଙ୍କ, ପବିତ୍ର ଜନ୍ମଦିବସ, ତିର୍ତ୍ତୋଲବ୍ଲକ ମୂଳିସିଂହ ପଞ୍ଚାୟତ ର ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ, ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ, ଗାନ୍ଧିଜୀ ଓ ଲାଲବହାଦୁର ଶାସ୍ତ୍ରୀ ଜୀ ଙ୍କ ଦେଶଭକ୍ତି, ସମାଜସେବା, ଜାତୀୟତାବୋଧ ଓ ତ୍ୟାଗପୂତ ଜୀବନଚର୍ଯ୍ୟା ଉପରେ ଆଧାରିତ ଆଲୋଚନାଚକ୍ର ରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ, ଅଧ୍ୟକ୍ଷl ଜ୍ୟୋତିର୍ମୟୀ ମହାରଣା ସଭାପତିତ୍ବ ଆସନ ଅଳଙ୍କୃତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ବେହେରା, ପ୍ରସନ୍ନ କୁମାର ନାୟକ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମଣ୍ଡଳ, ମିନତୀ ଦାସ , ଉଷାରାଣୀ ମହାନ୍ତି, ସନ୍ଧ୍ୟାରାଣୀ ଶାସମଲ, ଓ ସୁମେୟା ପରୱନି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରମୁଖ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ସୁଦେଷ୍ନା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed