October 4, 2026

ସ୍ୱାସ୍ଥ୍ୟ ଶିବିର, ପୁସ୍ତକ ବଣ୍ଟନ ଓ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବୃତ୍ତି

IMG-20261002-WA0038
Share

 

 

ମହୁଲପାଲି/ଫୁଲଝରଣ: ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜସେବାକୁ ଏକାଠି କରି ଆଇଜାକ ଶାନ୍ତ୍ରା ବାଲ ନିକେତନ, ମହୁଲପାଲି, ଫୁଲଝରଣ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର, ପୁସ୍ତକ ବଣ୍ଟନ ଓ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜୁହାର ଫାଉଣ୍ଡେସନ, ମୁମ୍ବାଇ ପକ୍ଷରୁ ପାର୍ବତୀ ଗିରି ସ୍ମୃତି କମିଟି ଏହାର ଆୟୋଜନ କରିଥିଲା।

 

କାର୍ଯ୍ୟକ୍ରମ ଅବସରରେ ନାରା ବୁକ ସର୍ଭିସ ପକ୍ଷରୁ ରାଜଶ୍ରୀ ପ୍ରଧାନ, ଜ୍ୟୋତିମୟୀ ମହାରଣା, ଲିପ୍ସା ପାତ୍ର, ରୀନା ହାତୀ ଓ ରିଙ୍କି ସୁସିସ୍ମିତା ବେହେରାଙ୍କୁ ପୁସ୍ତକ ପ୍ରଦାନ କରାଯାଇଥିଲା।

 

ସେହିପରି ସ୍ୱର୍ଗତା ମନୋରମା ଦାଶଙ୍କ ସ୍ମୃତିରେ ତାଙ୍କ ପୁଅ ଦୀପକ ଦାଶଙ୍କ ପକ୍ଷରୁ ମେଧାବୀ ଛାତ୍ରୀ ମଧୁସ୍ମିତା ସାହୁ, ବାବଲୀ ମିର୍ଦ୍ଧା ଓ ମିନା ବିଞ୍ଜାଳଙ୍କୁ ଶିକ୍ଷା ପାଇଁ ଅର୍ଥରାଶି ପ୍ରଦାନ କରାଯାଇଥିଲା।

 

ଏହି ଅବସରରେ ଆୟୋଜିତ ସଭାକୁ ଅନୁଷ୍ଠାନର ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା ସଂଯୋଜନା କରିଥିଲେ। ସଭାରେ ସୁବାସ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ଡଃ. ସନ୍ତୋଷ ଦାଶ, ହୃଷିକେଶ ପୂଜାରୀ, ସୁଶାନ୍ତ ଗୁରୁ, ଡଃ. ନିଳେନ୍ଦ୍ରି ପଣ୍ଡା, ଡଃ. କାମଦେବ ସାହୁ, ବିଦ୍ୟାନ ପଣ୍ଡା, ବିପିନ ପଣ୍ଡା, ବନ୍ଦନା ପଣ୍ଡା, ଡଃ. ନିରୁପମା ବଡ଼ପଣ୍ଡା, ଅଶୋକ ପ୍ରଧାନ, ଶାନ୍ତାନୁ ପ୍ରଧାନ, ଅନୁରାଧା ପୁରୋହିତ ଓ ରବିନାରାୟଣ ପ୍ରଧାନ, ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।

 

ବକ୍ତାମାନେ ଶିକ୍ଷା ପାଇଁ ସମାଜରେ ସହଯୋଗର ଲମ୍ବା ହାତ ରହିଥିବା ଉଲ୍ଲେଖ କରିବା ସହ ଆର୍ଥିକ ଅଭାବ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ପାଠପଢ଼ା ଅଧାରୁ ଛାଡ଼ି ନଦିଅନ୍ତି, ସେଥିପାଇଁ ଆହ୍ୱାନ ଦେଇଥିଲେ। ଶେଷରେ କୁଳଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

୧୦୦ରୁ ଊର୍ଦ୍ଧ୍ୱଙ୍କୁ ମାଗଣା ଚିକିତ୍ସା

 

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ମାଗଣା ସ୍ୱାସ୍ଥ୍ୟ ଶିବିର। ଏଥିରେ ଡଃ. ରାଜାରାମ ଷଡ଼ଙ୍ଗୀ, ଡଃ. ପ୍ରଭାକର ପ୍ରଧାନ, ଡଃ. ଶୋଭାଗିନୀ ନାୟକ, ଡଃ. ସନ୍ୟାସିନୀ ପାଢ଼ୀ ଓ ଡଃ. ଯଶୋବନ୍ତ ସାହୁ ପ୍ରମୁଖ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଶିବିରରେ ୧୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଯୁଯୁମୁରା ସିଏଚ୍‌ସି ପକ୍ଷରୁ ମଧ୍ୟ ଶିବିରକୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା।

 

ଶିକ୍ଷା ପାଇଁ ପୁସ୍ତକ ଓ ଆର୍ଥିକ ସହାୟତା ସହିତ ଆବଶ୍ୟକତା ଥିବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ଏହି ପ୍ରୟାସକୁ ଉପସ୍ଥିତ ଅତିଥି ଓ ଅଭିଭାବକମାନେ ପ୍ରଶଂସା କରିଥିଲେ।