September 26, 2026

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ‘ଜ୍ଞାନ କେନ୍ଦ୍ର ତଥା ଦକ୍ଷତା ବିକାଶ କେନ୍ଦ୍ର’ ଉଦ୍‌ଘାଟିତ

IMG-20260925-WA0088
Share

 

ବରଗଡ଼/ବରପାଲି ,୨୫ /୯

ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ରେ ଆଜି ଜ୍ଞାନ କେନ୍ଦ୍ର ତଥା ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଜ୍ଞାନ, ଦକ୍ଷତା, ନିଯୁକ୍ତିଯୋଗ୍ୟତା ଓ ବ୍ୟବହାରିକ କ୍ଷମତାର ବିକାଶ ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମଟି ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ ଏବଂ ଓ କେ ସି ଏଲ୍ ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବରଗଡ ଏଡିଏମ୍ ତଥା ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନ ଓ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡାଙ୍କ ସମେତ ପ୍ରାଧ୍ୟାପିକା ମଧୁସ୍ମିତା ନନ୍ଦ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ତୁଷାରକାନ୍ତି ତ୍ରିପାଠୀ ଏବଂ ସର୍ବେଶ୍ଵର ତ୍ରିପାଠୀ, ଜିଲ୍ଲା ଲିଡ୍ ସଂଯୋଜକ, ଓକେସିଏଲ ଉପସ୍ଥିତ ଥିଲେ। ଏହି ଅବସରରେ ବକ୍ତାମାନେ ଛାତ୍ରୀମାନଙ୍କ ଶିକ୍ଷା ସହିତ ଡିଜିଟାଲ ଜ୍ଞାନ, ଆଧୁନିକ ଦକ୍ଷତା, କମ୍ପ୍ୟୁଟର ଜ୍ଞାନ, ନିଯୁକ୍ତିଯୋଗ୍ୟତା ଓ ଆତ୍ମନିର୍ଭରତା ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନୂତନ ଯୁଗର ଆହ୍ୱାନକୁ ସାମ୍ନା କରିବା ପାଇଁ ଛାତ୍ରୀମାନେ ଶିକ୍ଷା ସହିତ ବିଭିନ୍ନ ଜୀବନ ଓ ବୃତ୍ତିଗତ ଦକ୍ଷତା ହାସଲ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି କେନ୍ଦ୍ର ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଜ୍ଞାନ ଅର୍ଜନ ସହିତ ଦକ୍ଷତା ବିକାଶର ସୁଯୋଗ ପ୍ରଦାନ କରିବା ସହ ଭବିଷ୍ୟତରେ ଉଚ୍ଚଶିକ୍ଷା, ନିଯୁକ୍ତି ଓ ଆତ୍ମନିର୍ଭରତା ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

You may have missed