September 26, 2026

କଳାହାଣ୍ଡିରେ ବନ୍ୟା ପରିସ୍ଥିତି ଗମ୍ଭୀର। ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି।

IMG-20260926-WA0026
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗଭୀର ଅବପାତ ଜନିତ ଲଗାଣ ବର୍ଷା ଯୋଗୁଁ ସମଗ୍ର କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ, ଛତିଶଗଡ଼ ରାଜ୍ୟର କେତୋଟି ଜଳଭଣ୍ଡାରରୁ ଛଡା ଯାଇଥିବା ଜଳ ଯୋଗୁଁ ତେଲ ନଦୀରେ ତଥା ଜୟପାଟଣା ବ୍ଲକର ମୂଖିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ପାଞ୍ଚଟି ଗେଟ ଖୋଲା ଯିବା ଯୋଗୁଁ ହାତୀ ନଦୀର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକରେ ବନ୍ୟା ଜଳ ପଶି ପରିସ୍ଥିତି ଗମ୍ଭୀର ହୋଇଛି। ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ପଞ୍ଚାୟତ ଅଧିନସ୍ଥ ଭିତରପଣ୍ଡି ଗ୍ରାମବାସି ବନ୍ୟା ଜଳ ଘେରରେ ଫସି ରହିଥିବା ଖବର ପାଇ କଳାହାଣ୍ଡି ଜିଲ୍ଲାପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବା ସହ, ଜିଲ୍ଲାପାଳ ସଚିନ ପାୱାର, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ବନଖଣ୍ଡ ଅଧିକାରୀ ତଥା ଜୟପାଟଣା ତହସିଲଦାରଙ୍କ ଉପସ୍ଥିତିରେ ଓଡ୍ରାଫ ଓ ଅଗ୍ନ୍ନିଶମ ବିଭାଗର ମିଳିତ ଉଦ୍ଧାରକାରି ଦଳ ଫସି ରହିଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯିବା ପରେ ସମସ୍ତଙ୍କୁ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯିବା ସହ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏଥିସହ ଜିଲ୍ଲାପାଳ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକର ପରିଦର୍ଶନ କରିବାସହ ସ୍ଥିତି ସମୀକ୍ଷା କରୁଥିବାବେଳେ, ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ଦ୍ୱାରା ଅନ୍ୟ କେତେକ ଗ୍ରାମରେ ମଧ୍ୟ ବନ୍ୟା ବିପନ୍ନ ଗ୍ରାମବାସୀଙ୍କୁ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳରେ ପହଞ୍ଚାଇବା ସହ କେତେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

You may have missed