ଆଜିର ଖବର..
୧-ଭୁବନେଶ୍ୱର:ଅବପାତ ଗଲା,ପବନ ଗଲାନି, ଲ୍ୟାଣ୍ଡଫଲର ୪୦ ଘଣ୍ଟା ପରେ ବି ପ୍ରବଳ ବର୍ଷା, ପବନ ଜାରି।
୨-ଉଛୁଳିଲାଣି ନଦୀ,ଘାରିଲାଣି ବନ୍ୟା ଡର,୧୦ ଜିଲ୍ଲାର ୧୮,୪୭୭ ଲୋକେ ପ୍ରଭାବିତ, ଭାଙ୍ଗିଛି ୪୦୪ ଘର।
୩-ଗାନ୍ଧୀ ମାର୍ଗରେ ହକ୍ ପାଇଁ ଲଢେ଼ଇ: ସ୍ଥାୟୀ ନିଯୁକ୍ତି ପାଇଁ ଗର୍ଜିଲେ ରୋଷେଇୟା ସେବାୟତ, ବ୍ୟବସ୍ଥିତ ଶିକ୍ଷା ଓ ନିଯୁକ୍ତି ଦାବି କଲା AISF,AIYF।
୪-ଭୁବନେଶ୍ୱର:ଏମଏମଡିଆର ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଚାରିଦିନ ହେଲା ବିଧାନସଭା ଅଚଳ। ଗୃହ ଚାଲିଲା ମାତ୍ର ୭୮ ମିନିଟ୍।
୫-୨୮ରେ ବିଜେଡି, ୨୯ରେ କଂଗ୍ରେସ; ରାଜଧାନୀରେ ବଢିବ ଆନ୍ଦୋଳନର ତାତି। ସେପଟେ ୩୦ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ।
୬-ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଡଃ ସର୍ବଣା ବିବେକ୍, ସାଇବର ଅପରାଧ ରୋକିବାକୁ ଫୋକସ୍।
୭-୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ ଉଦଯାପିତ;ଚାମ୍ପିୟନ ଓଏସଏପି ୪ର୍ଥ ବାଟାଲିୟନ, ରାଉରକେଲା।
୮-କଟକ:୩୦ରେ ହେବ OSSTET, ପ୍ରାର୍ଥୀମାନେ ବୋର୍ଡ ଓ୍ବିବସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ।
୯-ମାତ୍ର ୧୭ ଦିନରେ ନ୍ୟାୟ; ଚୋରି ମାମଲାରେ ଦୋଷୀକୁ ଜେଲ୍; ଦ୍ରୁତ ତଦନ୍ତର ଦୃଷ୍ଟାନ୍ତ ସୃଷ୍ଟି କଲା ରାଉରକେଲା ପୋଲିସ।
୧୦-ମୁଖ୍ୟ ନିର୍ବାଚନ କମିଶନରଙ୍କ ତୁରନ୍ତ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ।
୧୧-ପୋର୍ଟାଲରେ ରହିବ ଶ୍ରୀଜଗନ୍ନାଥ ଜମି ଦଖଲକାରୀଙ୍କ ସବୁ ତଥ୍ୟ, ତ୍ୱରିତ କାର୍ଯ୍ୟକାରିତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ।
୧୨-ଆଖୁ ଚାଷ ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ, ଆଖୁ ଚାଷୀଙ୍କୁ ମିଳିବ ୧୫,୦୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି।
୧୩-ଭୁବନେଶ୍ୱର:ରାଜ୍ୟରେ ମୋଟ ୧୩.୭୯ ଲକ୍ଷରୁ ଉର୍ଦ୍ଧ୍ବ ପଞ୍ଜିକୃତ ବେକାରୀ ଅଛନ୍ତି।
୧୪-କଟକ:NLUO, LLB ନାମଲେଖା ବିବାଦ, ସିଟ୍ ଖାଲି ପଡିଲେ ଆଡ଼ମିଶନ, ନଚେତ୍ ୧ ଲକ୍ଷ କ୍ଷତି ପୂରଣ।
୧୫-ଉତ୍ତରାଖଣ୍ଡରେ MBBS ନାମଲେଖା ରାକେଟ,ୟୁପି ବିହାର ଓ ମଧ୍ୟପ୍ରଦେଶକୁ ବ୍ଯାପିଛି ଚେର, ଗୋଟିଏ ସିଟ୍ ପାଇଁ ୪୫ଲକ୍ଷ।
୧୬-ମଣିପୁରକୁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କଲେ କେନ୍ଦ୍ର ସରକାର, ୬ ମାସ ଯାଏ ଆପ୍ସା ଆଇନ ଲାଗୁ।
୧୭-ପ୍ରତିକୂଳ ପାଗର ପ୍ରଭାବ:ରାଞ୍ଚିରେ ଇଣ୍ଡିଗୋର ୧୨ ଫ୍ଲାଇଟ୍ ବାତିଲ।
୧୮-ମହିଳାଙ୍କ ଫଟୋ ବିକୃତ କରିବା ମାମଲା:୪ ସିଜେପି ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ।
୧୯-ଜାପାନ:୭ମ ଦିନରେ ୬ ପଦକ ସହ ଭାରତ ପଦକ ସଂଖ୍ୟା ୨୩ରେ ପହଂଚିଛି ।
୨୦-ଆମେରିକା ସର୍ତ୍ତ ମାନିଲେ ୭ ଦିନରେ ଖୋଲିବ ହର୍ମୁଜ-ଇରାନ।
🙏 *ସୁପ୍ରଭାତ, ଜୟ ଶ୍ରୀଜଗନ୍ନାଥ* 🙏
➖➖➖➖➖➖➖➖➖➖➖
