ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତିକୁ ପରିବର୍ତ୍ତନ ପାଇଁ ଦାବୀ
ଛତ୍ରପୁର ତା, ୧୩/୮/୨୬(ଅରୁଣ କୁମାର ପଣ୍ଡା )ସରକାରଙ୍କ ନୂତନ ଧାନ ସଂଗ୍ରହ ଞ୍ଜୀକରଣ ନୀତି କୁ ପରିବର୍ତନ କରିବା ପାଇଁ ଦାବୀ ଉଠାଇ ବିଶିଷ୍ଟ ଆଇନଜୀବି ତଥା ସମାଜସେବୀ ହିଞ୍ଜିଳି ଅଞ୍ଚଳରୁ ପ୍ରତିନିଧୂତ୍ବ କରୁଥିବା କଂଗ୍ରେସ୍ ନେତା ରଜନୀକାନ୍ତ ପାଢ଼ୀ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଇନଜୀବି ଶ୍ରୀ ପାଢ଼ୀଙ୍କ ସମେତ ତ୍ରିନାଥ ପାଢ଼ୀ, ମନମୋହନ ପାଢ଼ୀ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖଙ୍କ ସହ ଏକ ମିଳିତ ପ୍ରତିନିଧୂମଣ୍ଡଳୀ ଜିଲ୍ଲାପାଳ ଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ଯରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଛନ୍ତି । ଯାହାଦ୍ଵାରାକି, ରାଜ୍ୟ ସରକାରଙ୍କ ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତିରେ ଗଞ୍ଜାମ ଜିଲ୍ଲାର ବହୁ ଗରୀବ ଚାଷୀ ପଞ୍ଜୀକୃତ ହେବାରେ ବାଧକ ସାଜିଛି ବୋଲି ଅଭିଯୋଗ ହୋଇଛି । କେବଳ ଶିଷ୍ଣୁ ଓ ଚୁକ୍ତିନାମା ଅନୁଯାୟୀ ପଞ୍ଜୀକୃତ କରାଇବା ସମ୍ବନ୍ଧରେ ଶ୍ରୀ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତି ଭାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ସେ କହିଛନ୍ତି ଯେ, ବର୍ତମାନ ଓଡ଼ିଶା ସରକାର ଲାଗୁ କରିଥିବା ଧାନ ବିକ୍ରୀ ପଞ୍ଜୀକୃତ ନିୟମ ଅନୁସାରେ ଯେଉଁ ଚାଷ ନିୟମ ଆଣିଛନ୍ତି, ସେଥୁରେ ପ୍ରାୟ ୯୦ ପ୍ରତିଶତ ଭାଗଚାଷୀ ଙ୍କ ପକ୍ଷେ ବାଧକ ସାଜିଛି । ଯାହାକି ଭାଗଚାଷୀ ପଞ୍ଜୀକୃତ ହୋଇପାରିବେ ନାହିଁ । ତେଣୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ହିତ ସାଧନ ସକାଶେ ନିମ୍ନ ପ୍ରକାରେ ପଞ୍ଜୀକୃତ କରାଇବା ଅବଶ୍ୟକ ବୋଲି ମତପ୍ରକାଶ କରି ଏହା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଅଣାଯିବା ସାଂଗକୁ ଉକ୍ତ ନିୟମ ଧାରା ପ୍ରତ୍ୟାହାର କରିବାକୁ ଶ୍ରୀ ପାଢ଼ୀ ଦାବୀ କରିଛନ୍ତି । ଏହା କାର୍ଯ୍ୟକାରୀ ନ ହେଲେ ଆଗମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ପ୍ରସାଶନ କୁ ଚେତାବନୀ ଦେଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏକ ପ୍ରେସମିଟ୍ କରି ଗଣମାଧ୍ୟମ ପ୍ରତିନିଧୂ ଙ୍କ
ଆଗରେ ଧାନଚାଷୀ ଙ୍କ ଉପରେ ସରକାରଙ୍କ ମାରଣ ନୀତିକୁ ତୀବ୍ର ସମାଲୋଚନା କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି କ୍ଷୋଭର ସହ କହିଛନ୍ତି । ଏଠାରେ ସେ ଦର୍ଶାଇଛନ୍ତି ଯେ’ ଯେଉଁ ବ୍ୟକ୍ତିଙ୍କ ପିତା କିମ୍ବା ମାତାଙ୍କ ନାମରେ ଜମି ଅଛି ସେ ନିଜ ନାମରେ ଶିସ୍ତୁ ଦିଅନ୍ତୁ । ଯଦି ଭାଗଚାଷୀ ହୋଇଥିବେ ପଟ୍ଟାଧାରୀଙ୍କ ଶିସ୍ତୁ ସହ ଚୁକ୍ତିନାମା ପତ୍ର ଏବଂ ମନ୍ଦିର ଜମିର ଗ୍ରାମ ସରପଞ୍ଚଙ୍କ ସ୍ଵାକ୍ଷର ସହ ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ପତ୍ର ଦାଖଲ କରିବା ବନ୍ଦୋବସ୍ତ ନିୟମ ଧାରାରେ ବହୁ ଧାନଚାଷୀ ଉପକୃତ ହୋଇପାରିବେ । ତୁରନ୍ତ ଉପରୋକ୍ତ ଦ୍ବୀ ର ସମାଧାନ ନ ହୁଏ, ତେବେ ଆସନ୍ତା ତା.୨୧.୦୮.୨୦୨୬ ରିଖ ଠାରୁ ଆପଣଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପାର୍ଟି ପକ୍ଷରୁ ବିକ୍ଷୋଭପ୍ରଦର୍ଶନ ସହ ଅନଶନ କରିବେ ବୋଲି ପ୍ରସାଶନ କୁ ଚେତାବନୀ ଦେଇଛନ୍ତି |
