August 14, 2026

ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ଲାଗିଲା ନିର୍ଦେଶାବଳୀ 

IMG-20260813-WA0076
Share

 

ଅସ୍ତରଙ୍ଗ, ବର୍ତ୍ତମାନ ସାରା ଭାରତ ବର୍ଷ ରେ ସାଇବର ଲୁଟେରା ଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି, ମୋବାଇଲ କୁ ଅଜଣା ନମ୍ବର ରେ କଲ୍ ଆସୁଛି ଯଦି କେହି କଲ୍ ଟିକୁ ଗ୍ରହଣ କରୁଛନ୍ତି ତାହେଲେ ଏଭଳି ପ୍ରକାର ଘଟଣା ଘଟାଉଛନ୍ତି ପରେ ଗ୍ରାହକ ଜଣଙ୍କ ଲୁଟେରା ଙ୍କ କଥା ର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଉଛି, ଏ ନେଇ ଅନେକ ମାମଲା ସାମ୍ନା କୁ ଆସୁଛି ଓ଼ ତା ସହ ଅନେକ ଆତ୍ମହତ୍ୟା କଲାଭଳି ଘଟଣା ବି ସାମ୍ନା କୁ ଆସୁଛି, ଏ ଘଟଣା ଉପରେ ରୋକ ଲଗାଇବା ପାଇଁ ପୁରୀ ପୋଲିସ ତରଫରୁ ବିଭିନ୍ନ ଥାନା ମାଧ୍ୟମ ରେ ସଚେତନତା ଆରମ୍ଭ କରାଯାଇଛି, ଅସ୍ତରଙ୍ଗ ଓ଼ କାକଟପୁର ଥାନା ଅଧୀନରେ ବିଭିନ୍ନ ବିଦ୍ୟାଳୟ, କଲେଜ ଓ଼ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଲୋକ ମାନଙ୍କ ଅବଗତି ପାଇଁ ନିର୍ଦ୍ଦେଶାବଳୀ ଫଳକ ଲଗାଯାଉଛି, କିଭଳି ଜଣେ ବ୍ୟକ୍ତି ନିଜକୁ ଓ଼ ନିଜ ପରିବାର କୁ ସାଇବର ଠକେଇ ରୁ ବଞ୍ଚେଇରଖିବ ଓ଼ ଅନଲାଇନ ଆର୍ଥିକ କାରବାର ରୁ ନିଜକୁ ସୁରକ୍ଷିତ କରିପାରିବ ଏ ବାବଦରେ ପୋଲିସ ତରଫରୁ ଫଳକ ଲଗାଇବା ସହ ବିଭିନ୍ନ ଲୋକ ମାନଙ୍କୁ ଅବଗତ କରାଉଛନ୍ତି, ଯାହା ଫଳରେ ଭବିଷ୍ୟତ ରେ ଏହି ସାଇବର ଅପରାଧ କ୍ରମଶଃ କମିବା ସହ କୌଣସି ବ୍ୟକ୍ତିବିଶେଷ ଏହି ଠକେଇ ର ଶିକାର ହେଇପାରିବେ ନାହିଁ, ଏହିଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ପାଇଁ ସାଧାରଣ ରେ ପୁରୀ ଏସପି ଙ୍କ ସମେତ ପୋଲିସ ପ୍ରଶାସନ କୁ ସାଧୁବାଦ ଜଣାଯାଇଛି l

You may have missed