୫ ଲକ୍ଷ୍ୟ ଟଙ୍କାର ବ୍ରାଉନ ସୁଗର ଜବତ : ୫ ଗିରଫ
ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ (ଉପାନ୍ତ ଖବର ) ବେଆଇନ୍ ନିଶା କାରବାର ରେ ରୋକ୍ ଲଗାଇବା ପାଇଁ ପୁଲିସ ପକ୍ଷ ରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍ ପି ଙ୍କ କଡା ନିର୍ଦ୍ଦେଶ ରହିଛି। ତାକୁ ନଜରରେ ରଖି ପୁଲିସ ପକ୍ଷରୁ ଗଞ୍ଜେଇ ଠାରୁ ଆରମ୍ଭ କରି ପ୍ରତ୍ୟେକ ନିଶା କାରବାର ଉପରେ ଧର ପଗଡ କରାଜାଉ ଥିବା ବେଳେ ନିଶା ବିରୋଧୀ ଅଭିଯାନ ରେ ପୁଣି ସଫଳତା ମିଳିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ଡି ପିଓ ଡଃ. ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି । ମଙ୍ଗଳ ବାର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସୋରାଦେବି ମନ୍ଦିର ଓ ବୁଦୁଲି ମଝିରେ ଜଣ ସନ୍ଦିଗ୍ଧ ଯୁବକ ଙ୍କୁ ଅଟକାଇ ଥିଲା। ସେମାନଙ୍କୁ ଯାଂଚ କରିବାପରେ ସେମାନଙ୍କ ଠାରୁ ୪୪ ଗ୍ରାମ ବ୍ରାଉନ ସୁଗର ଜବତ ସହ ଗୋଟିଏ କାର ଗୋଟିଏ ବାଇକ୍ ଓ ନଗଦ ୧୪ ହଜାର ୬ ସହ ଟଙ୍କା ଜବତ ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏନେଇ କେସ ନଂ ୭୬୭/୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଜବତ ବ୍ରାଉନ ସୁଗର ମୁଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ସେ କହିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲ ବାଉଁଶଲୁଣ୍ଡି ର ଅମିତ୍ ବେହେରା, ଚ଼ଢ଼ିଆପଲ୍ଲୀର ସରୋଜ ମହାନ୍ତି ,ନଣ୍ଡାଜୁଆଳି ର ମାନସ ରଞ୍ଜନ ଜେନା , କାହ୍ନୁ ଜେନା ଓ ଭଞ୍ଜନଗର ର ଅମିୟ ରଞ୍ଜନ ମହାନ୍ତି । ଉକ୍ତ ମାମଲା ଆଉ କିଛି ଜଣ ଫେରାର ଥିବା ପୋଲିସ କହିଛନ୍ତି । ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଅଧିକାରି ଶ୍ରୀ ଜୀବନା ନନ୍ଦ ଜେନା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସ୍ ଆଇ ସମିର କୁମାର ସେଠି ଓ ଲକ୍ଷ୍ମୀ ଧର ମହାନ୍ତି ଉପସ୍ଥିତ ଥିଲେ ।
