September 25, 2026

ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଏନ୍ ଏସ୍ ଏସ୍ ସ୍ଥାପନା ଦିବସ ପାଳନ  

IMG-20260925-WA0005
Share

 

 

ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡଃ ସରୋଜ କୁମାର ପଣ୍ଡା ,ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ,ପାର୍ବତୀ ଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗଦେଇ ଗୋଷ୍ଠୀ ସେବା ମାଧ୍ୟମରେ ବ୍ଯକ୍ତିତ୍ଵ ବିକାଶ କରିବାକୁ ସ୍ଵେଚ୍ଛାସେବୀ ମାନଙ୍କୁ ଆହ୍ଵାନ୍ ଦେଇଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ କିରଣ ଆମାନ୍ତ ପ୍ରଥମ ,ମାମୁନି ନାଏକ ଦ୍ଵିତୀୟ ଓ ଜାମିନୀ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ଲୋଗାନ ପ୍ରତିଯୋଗୀତା ରେ ଚୁମକି ମାଝୀ ପ୍ରଥମ ,ଜ୍ୟୋସ୍ନା ବିଶ୍ୱାଳ ଦ୍ବିତୀୟ ଓ ନୀଳନି ହାତୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜାତୀୟ ସଂହତି ଶିବିରରେ ଅଂଶଗ୍ରହଣ କରିଥିବା ଜ୍ୟୋସ୍ନା ବିଶ୍ୱାଳ ଓ ମାମୁନି ନାଏକ ଙ୍କୁ ମେଡାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ, ରକ୍ତଦାନ ସହ ବିଭିନ୍ନ ସାମାଜିକ ଓ ସ୍ୱାସ୍ଥ୍ୟ ସଚେତନତାଧର୍ମୀ କାର୍ଯ୍ୟକ୍ରମ କୁ ସ୍ଵେଚ୍ଛାସେବୀ ମାନେ ନିୟୋଜିତ ହୋଇ ସମାଜସେବା କରିବାକୁ ସଂକଳ୍ପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ ସଂଯୋଜନା କରିଥିଲେ । ମହାବିଦ୍ୟାଳୟ ସମସ୍ତ ଅଧ୍ୟାପିକ, ଅଧ୍ୟାପିକା ,ଓ କର୍ମଚାରୀ ଗଣ କାର୍ଯ୍ୟକ୍ରମ ସଫଳତା ରେ ସହଯୋଗ କରିଥିଲେ ।