August 8, 2026

ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ବିଡ଼ିଓଙ୍କୁ ଦାବିପତ୍ର

IMG-20260806-WA0054
Share

 

 

ଖଇରା ( ଦେବାଶିଷ ଦାଶ )

 

 

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଖଇରା ବ୍ଲକ କାର୍ଯ୍ଯାଳୟ ପରିସରରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଇରା ଓଷ୍ଟା ସଙ୍ଘ ତଥା ସମନ୍ୱୟ ସମିତିର ଆବାହକ ବିଷ୍ଣୁ ପ୍ରସାଦ ମିଶ୍ର, ୪୮୮ ବର୍ଗର ରାଜ୍ୟ ସଭାପତି ବନମାଳୀ ବାରିକ, ଓଷ୍ଟା ସଭାପତି ବ୍ରହ୍ମାନନ୍ଦ ସାହୁ, ଅଲଷ୍ଟା ସମ୍ପାଦକ ଶଙ୍କର୍ଷଣ ଜେନା, ଓଷ୍ଟା ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ହୋତା ପ୍ରମୁଖ ସରକାର ଖୁବ୍ ଶୀଘ୍ର ଶିକ୍ଷକ ମାନଙ୍କର ଦାବି ପୂରଣ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ସଭାରେ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରାଜ୍ କିଶୋର ମିଶ୍ର,କୃଷ୍ଣ ଚନ୍ଦ୍ର କର, ନରସିଂହ ପାଣି, ଚିତ୍ତ ରଞ୍ଜନ ଦାସ, ଗୌରାଙ୍ଗ ଚନ୍ଦ୍ର ପାଢ଼ୀ, ଅମରେନ୍ଦ୍ର ବାରିକ୍, ରଶ୍ମି ରଞ୍ଜନ ଶତପଥୀ, ଗୌରାଙ୍ଗ ବେହେରା, ରବୀନ୍ଦ୍ର ପଣ୍ଡା, ଉଦୟ ରାଉତ, ଆର୍ତ୍ତବନ୍ଧୁ ନାୟକ ଶିକ୍ଷୟିତ୍ରୀ ପାର୍ବତୀ ମହାନ୍ତି, ଗୀତାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଶେଷରେ ବିଡିଓ ନାରାୟଣ ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ୪ ଦଫା ସମ୍ବଳିତ ଦାବି ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଦାବି ଗୁଡିକ ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଅନୁଦାନ ପରିସର ଭୁକ୍ତ କରିବା ଏବଂ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବାସହ ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ଗ୍ରେଡ୍ ପେ ଅସଙ୍ଗତି ଦୂରୀକରଣ ଓ ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ୬ଟି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀ କରଣ କରିବା ସହ ପୁରୁଣା ପେନସନ୍ ଲାଗୁ କରାଯାଉ ଇତ୍ୟାଦି ଅନ୍ତର୍ଭୁକ୍ତ ।।

You may have missed