August 5, 2026

ଉମରକୋଟ ରେ ଗଣଶିକ୍ଷା ମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ…….

IMG-20260805-WA0029
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉମରକଟ ପୌରାଞ୍ଚଳର ବିଭିନ୍ନ ଆୱାର୍ଡରେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ତଥା ୱାର୍ଡନଂ ୧୩ ଡଙ୍ଗରିଗୁଡା ଅଡିଟରିୟମ ନିକଟରେ ଏକ ଆମ୍ପିଥିଏଟର, ୱାର୍ଡନଂ ୧୦ ମେଡିକାଲ ଛକ ଠାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ରୋଡ ନାମରେ ଏକ ସାଇନ୍ ବୋର୍ଡ, ଆଗାମି ଦିନ ସେଠାରେ ଡଃ ମୁଖାର୍ଜୀଙ୍କ ପ୍ରତ୍ତିମୂର୍ତ୍ତି ସ୍ଥାପନ ହେବ, ୱାର୍ଡନଂ ୮ ଡଙ୍ଗରି ସାହି ଠାରେ ଗୋବଂଶର ସୁରକ୍ଷା ନିମନ୍ତେ ଗୋଟିଏ ଗୋଶାଳା, ୱାର୍ଡନଂ ୩ ଜଗନ୍ନାଥ ମନ୍ଦିର ମାର୍ଗରେ କାଂଜିଁ ହାଉସ ଏଭଳି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସହ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦଙ୍କ ପ୍ରତିନିଧି ଭୋଜନାଥ ଗଣ୍ଡ, ପୌର ପରିଷଦ ଅଦ୍ଧକ୍ଷା ରାଧା ଭତ୍ରା,ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ଅନୁଗୁଳିଆ, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ବରିଷ୍ଠ ଆଇନଜୀବି ରାମ କୃଷ୍ଣ ନାୟକ, ମିଲୁ ପଣ୍ଡା, ଟିଙ୍କୁ ଭାଇ, ସାନ ଭାଇ, ସୁଦେବ ନନ୍ଦି, ଅମିତ ହାଲଦାର, ପପୁ ଭାଇ, ରାମ ଗଣ୍ଡ, ଅଭିରାମ ଦାସ, ତ୍ରିଭୁବନ ସାହୁ, ମିନତି ଭଉଣି, ଅର୍ଚନା ଭଉଣି, ଗୌରୀ ଦିଦି ପ୍ରମୁଖ କର୍ଯ୍ୟକର୍ତ୍ତାଙ୍କ ସହ ପୌରପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

You may have missed