ଅସହାୟ ବୃଦ୍ଧ ଙ୍କୁ ଉଦ୍ଧାର କଲା, ବ୍ୟାସ ଫାଉଣ୍ଡେସନ
ତିର୍ତ୍ତୋଲ ତା 5/8/2026 ପାରାଦ୍ୱୀପ ବନ୍ଦରାଞ୍ଚଳ ରେ ବିଭିନ୍ନ କମ୍ପାନୀ ରେ ଠିକା ଶ୍ରମିକ ଭାବେ କାର୍ଯ୍ୟକରି, ବୟସ ର ଅପରାହ୍ନ ରେ ପଦାର୍ପଣ କରିବାପରେ ବଳରାମ ଖିଲାର ନାମକ ଜଣେ ଏକସ୍ତରୀ ବର୍ଷୀୟ ବୃଦ୍ଧ, ଯେତେବେଳେ କିଛି କାମକରି ନପାରିଲେ, ସେତେବେଳେ କେହି ଲୋକ ତାଙ୍କୁ ଗଣ୍ଡାଏ ଖାଇବାକୁ ଦେବାତ ଦୂରର କଥା ତାଙ୍କୁ ମୁଣ୍ଡଗୁଞ୍ଜିବାକୁ ଆଶ୍ରୟ ମଧ୍ୟ ଦେଇନଥିଲେ l କ୍ରମଶଃ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ, ଭୋକଉପାସ ରେ ଭାଗ୍ୟକୁ ଆଦରି ପଡିରହିଥିଲେ l ଏହି ଦୁଖଦଃ ଘଟଣା ଟି ସମାଜସେବୀ ବିଭୁତିଭୂଷଣ ସ୍ୱାଇଁ, ଚିନ୍ମୟ ଦାସ ଓ ଯୀଶୁ ପ୍ରସାଦ ସ୍ୱାଇଁ, ସୁଜିତ୍ କୁମାର ତ୍ରିପାଠୀଙ୍କ ନଜର କୁ ଆସିଥିଲା l ସେମାନେ ଏ ସମ୍ପର୍କ ରେ ବ୍ୟାସଫାଉଣ୍ଡେସନ ର ଅଧ୍ୟକ୍ଷl ତଥା ଜଣାଶୁଣା ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କୁ ଅବଗତ କରାଇଥିଲେ। ଶ୍ରୀମତୀ ଆଚାର୍ଯ୍ୟ ବିପନ୍ନ ଅବସ୍ଥାରେ ଜୀବନ ବିତାଉଥିବା ବଳରାମ ଖିଲାର ଙ୍କୁ ସେଠାରୁ ଉଦ୍ଧାର କରି ରଘୁଥାନପୁର ସ୍ଥିତ “ମୋ ଘର” ବୃଦ୍ଧାଶ୍ରମ ରେ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଅବସ୍ଥାପିତ କରାଇଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
