ମହିଳା ମଣ୍ଡଳ ଉପ ସଭାପତି ଙ୍କ ଉପରେ, ମହିଳା ସରପଞ୍ଚଙ୍କ, ସ୍ୱାମୀ ଙ୍କ ମରଣାନ୍ତକ ଆକ୍ରମଣ । ଡବଲ ଇଂଜିନ ସରକାର ରେ ମହିଳା ଙ୍କୁ ସୁରକ୍ଷା ଦେବ କିଏ…..???

କୁଜଙ୍ଗ….
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ବଣିତ ଗ୍ରାମପଞ୍ଚାୟତ ର ବଣିତ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା….। ଡବଲ ଇଂଜିନ ସରକାର ମହିଳା ସଶକ୍ତିକରଣ ଡିଣ୍ଡିମ ପିଟୁଥିବା ବେଳେ, ସେହି ଦଳର ଜଣେ ମହିଳା ମରଣାତ୍ମକ ଆକ୍ରମଣ ଓ ଜୟୁନ ନିର୍ଯାତନା ଭଳି ଏକ ସଙ୍ଗିନୀ ଅଭିଯୋଗ କରା ଯାଇଥିବା କୁ ନେଇ ରାହାମା ମଣ୍ଡଳ ର ଉପସଭାପତି, ଆରତୀ ଗୋଛାୟତ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଆରତୀ ଗୋଛାୟତ ଶାସକ ଦଳର ରାହାମା ମଣ୍ଡଳ ର ମଣ୍ଡଳ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଆରତୀ ଶାସକ ଦଳ ପାଇଁ ଅନେକ ଜନ ହିତକର କାର୍ଯ୍ୟର ନେତୃତ୍ୱ ନେଉଥିବା ବେଳେ ଉକ୍ତ ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ୱାମୀ ( ଛାୟା ସରପଞ୍ଚ ) ଦୀପକ ଗୋଛାୟତ ଆରତୀ ଙ୍କ କାର୍ଯ୍ୟ ରେ ଅଶହୀଷ୍ଣୁତା ପ୍ରକାଶ କରି ମରଣାତ୍ମକ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି । ଆରତୀଙ୍କ ସ୍ୱାମୀ ଅନ୍ତର ଜ୍ୟାମି ବାରିକି ଜଣେ ସବର୍ଣ୍ଣ ଜାତି ର ବ୍ୟକ୍ତି ହୋଇଥିବା ରୁ ତାକୁ ମଧ୍ୟ ଆକ୍ରମଣ କରାଯାଇଛି । ଏହି ଘଟଣା ରେ ଛାୟା ସରପଞ୍ଚ ଙ୍କ ସହିତ, ପ୍ରଭାକର ଗୋଛାୟତ, ସୁରେନ୍ଦ୍ର ଗୋଛାୟତ ( ସୁଲିଆ ), ଭରତ ଗୋଛାୟତ, ରବୀନ୍ଦ୍ର ଗୋଛାୟତ, ପ୍ରଭାକର ଗୋଛାୟତ ( ଟିମା ) ଓ ସଂଗ୍ରାମ ଗୋଛାୟତ ଉଦେଶ୍ୟ ମୂଳକ ଭାବେ ସଙ୍ଘବାଧ ହୋଇ ଆରତୀ ଓ ତାଙ୍କ ସ୍ୱାମୀ ଙ୍କ ଉପରେ ଆକ୍ରମଣ କରିବା ସହିତ ହରିଜନ ମକଦମାରେ ତାଙ୍କ ସ୍ୱାମୀ ଙ୍କୁ ଫସାଇବା ପାଇଁ ଧମକ ଦେଇଛନ୍ତି । ଏହି ଆକ୍ରମଣ ରେ ଆରତୀ ଓ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେବା ପରେ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରୁ ସ୍ପଷ୍ଟ ବାରିହେଇ ପଡୁଛି ଯେ, ଏଠି ମୋ ସରକାର ନାରୀକୁ ସୁରକ୍ଷା ପ୍ରଦାନ କରିବାରେ କେତେଦୂର ସଫଳତା ହାସଲ କରିଛି ତାହା ଏଠି ସ୍ପଷ୍ଟ ବୁଝାପଡୁଚି….। ମୋସରକାର ରେ ନିଜ ଦଳିୟ ମହିଳା କର୍ମକର୍ତ୍ତା ଯେଉଁଠି ସୁରକ୍ଷିତ ନୁହନ୍ତି…। ସାଧାରଣ ଜନତାଙ୍କୁ ପଚାରେ କିଏ….???
