ଗଣେଶ ଭଷାଣି ରେ ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ସଂଘର୍ଷ, ୬ ଆହତ, ଏଗାର ଜଣ ଗିରଫ….
କୁଜଙ୍ଗ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ଥାନା ଅଧୀନ ହଂସୁରା ପଞ୍ଚାୟତ ର ରାଜସ୍ୱ ଗ୍ରାମ ଶ୍ରୀଚନ୍ଦନପୂର ରେ ଦେଖିବାକୁ ମିଳିଛି ଏଭଳି ଏକ ଗୋଷ୍ଠୀ ସଂଘର୍ଷ । ଏଥିରେ ଛ ଜଣ ଆହତ ହୋଇ ନିକଟ ସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଉକ୍ତ ଘଟଣା ରେ କୁଜଙ୍ଗ ପୋଲିସ ଦୁଇଟି ଅଭିଯୋଗ ଆଧାରରେ ୨୯ ଜଣଙ୍କ ନାମରେ ମାମଲା ୠଜୁକରି ଉଭୟ ପକ୍ଷରୁ କୁଜଙ୍ଗ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ବାବୁଲି ଚନ୍ଦ୍ର ଦାସ, ନବୀନ ଦାସ, ନୁରସିଂହ ଦାସ, ବିଶ୍ୱଜିତ ଦାସ, ଅନିଲ ଦାସ, ବିମ୍ବାଧର ମଲ୍ଲିକ, ଦିବାକର ମଲ୍ଲିକ, ସନାତନ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ସରୋଜ ମଲ୍ଲିକ, ପ୍ରମୋଦ ମଲ୍ଲିକ । ରାତି ପ୍ରାୟ ୮ ସମୟ ରେ ଲୋକମାନେ ରାସ୍ତାରେ ବସି ଭୋଜନ କରୁଥିବା ସମୟ ରେ କିଛି ଯୁବକ ବାରମ୍ବାର ବାଇକ ଚଲାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣା ରେ ବିମ୍ବାଧର ମଲ୍ଲିକ ଏବଂ ନବୀନ ଦାସ ଙ୍କ ଲିଖିତ ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ଦୁଇଟି ମକଦ୍ଦମା ନଂ – ୨୨୬ / ୨୦୨୬ ଏବଂ ୨୨୭ / ୨୦୨୬ ରୁଜୁ ହୋଇଛି । ପ୍ରକାଶ ଥାଉକି ଏମାନଙ୍କ ମଧ୍ୟ୍ୟରେ ବାବୁଲି ଚନ୍ଦ୍ର ଦାସ, ଭାରତ ସରକାର ଙ୍କ ଅଧୀନ C I S F ବିଭାଗ ରେ କାର୍ଯ୍ୟ ରତ ଥାଇ ଛୁଟିରେ ଆସି ଏଭଳି ଗୋଷ୍ଠୀ ସଂଘର୍ଷ ରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଓ ପୋଲିସ ଦ୍ଵାରା ଗିରଫ ହୋଇ ଜେଲ ଯିବା ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି । ଏଥିରେ ଉଭୟ ଗୋଷ୍ଠୀ ମଧ୍ୟ୍ୟରେ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ପରସ୍ପର କୁ ଆକ୍ରମଣ କରିଥିଲେ ଏବଂ ଏହି ଆକ୍ରମଣ ରେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା ସଙ୍ଗେ ସଙ୍ଗେ ଆସାମି ମାନେ ବ୍ୟବହାର କରିଥିବା ବିଭିନ୍ନ ମରଣାସ୍ତକୁ ଜବତ କରିଥିଲେ ।
