August 5, 2026

ଜହ୍ନାପଡା ଗ୍ରାମରେ ଆମ ଆଦମୀ ପାର୍ଟିର ଜନ ସମ୍ପର୍କ ଅଭିଯାନ

IMG-20260805-WA0027
Share

 

 

ଅତାବିରା,ତା ୫/୮

 

ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜହ୍ନାପଡା ଗ୍ରାମ ରେ ଆମ୍ ଆଦମୀ ପାର୍ଟି ତରଫରୁ ଜନସମ୍ପର୍କ ଅଭିଯାନ ଓ ସଭା ଅନୁଷ୍ଠିତ ହେଲା ଏହି ଜନସଭା ରେ ଅତାବିରା ଅଞ୍ଚଳ ରେ ହେଉଥିବା ସମସ୍ୟା ଓ ସାରା ଓଡ଼ିଶା ହେଉଥିବା ସମସ୍ୟା ଯେମିତିକି ଚାଷୀ ର ଟୋକନ ସମସ୍ୟା ଧାନ ବିକିଲା ବେଳେ କଟନି ଛଟନି , ଟାଟା ପାୱାର ର ଦାଦାଗିରି ,300 ୟୁନିଟ୍ ବିଜୁଳି ଫ୍ରୀ , ବୃଦ୍ଧା ବୃଦ୍ଧି ମାନକ ଭତ୍ତା ସମସ୍ୟା ଓ ଅନ୍ୟାନ୍ୟ ହେଇଥିବା ସମସ୍ୟା କୁ ନେଇ ଚର୍ଚ୍ଚା ହେଲା ଓ ଆଗାମୀ ଦିନେ ଓଡ଼ିଶା 2027 ରେ ହେବାକୁ ଥିବା , ସରପଞ୍ଚ , ମୁନସିପାଲଟି ଜିଲ୍ଲାପରିଷଦ ଇଲେକ୍ସନ ରେ ଆମ୍ ଆଦମୀ ପାର୍ଟି ମଜବୁତି ର ସହ ଓଡ଼ିଶା ରେ ଲଢ଼ିବାକୁ ଯାଉଛି ଏହାର ପ୍ରଚାର ପ୍ରସାର କରାଗଲା ।ଆଗାମୀ ଦିନେ ଅକ୍ଟୋବର ସୁଦ୍ଧା ଓଡ଼ିଶା କୁ ଅରବିନ୍ଦ କେଜ୍ରିୱାଲ୍ ଆସିପାରନ୍ତି ତେଣୁ ଆମ୍ ଆର୍ମି ପାର୍ଟି ର କାର୍ଯ୍ୟକ୍ରମ କରାଯାଉଛି ଏହି ସଭା ରେ ରାଜ୍ୟ ସମ୍ପାଦକ ଭବାନି ପ୍ରସାଦ ସାହୁ , ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ନିର୍ବାଚନ ମଣ୍ଡଳୀ ସଭାପତି ଜୟକ୍ରିଷ୍ଣା ଛୁରିଆ , ସୂର୍ଯ୍ୟ ନାରାୟଣ ଭୋଇ, ଗୌତମ ମହାନନ୍ଦ, ଉପସ୍ଥିତ ଥିଲେ