ଲାଞ୍ଜିଗଡ଼ ଉପାନ୍ତ ପିଡ଼େଲବାଜୁ ଗାଁରେ ହାତୀ ଆକ୍ରମଣରେ ଜଣେ ବୟସ୍କ ବୃଦ୍ଧାଙ୍କ ମୃତ୍ୟୁ

ଲାଞ୍ଜିଗଡ, ୦୨/୦୮ (ପୁରନ୍ଦର୍ ଦଣ୍ଡସେନା) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ଼ ବ୍ଲକ ଉପାନ୍ତଅଞ୍ଚଳରେ ହାତୀଙ୍କ ଆତଙ୍କ ଓ ବିଶ୍ଵନାଥପୁର ରେଞ୍ଜ ଅଧୀନସ୍ତ କୁମଖାଲ ଗ୍ରାମ ପଞ୍ଚାୟତର ପିଡେଲବାଜୁ ଗ୍ରାମରେ ଦଶ ରୁ ବାର ଟିକିଆ ହାତୀପଲ ଗତକାଲି ରାତିରେ ପଶି ଘର ଭାଙ୍ଗିବା ସହ ଜଣେ ୬୧ ବର୍ଷୀୟ ପିଳେଇ ମାଝୀ ବୃଦ୍ଧାଙ୍କ ଜୀବନ ନେଇଛନ୍ତି । ଘଟଣା ପରେ ଗାଁରେ ଶୋକକୁଳ ସହ ଭୟର ପରିବେଶ ସୃଷ୍ଟି ହୋଇଛି |ସୂଚନା ଅନୁସାରେ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ହାତୀପଲ ପୀଡେଲବାଜୁ ଗ୍ରାମକୁ ପ୍ରବେଶ କରିଥିଲେ । ଏହି ସମୟରେ ହାତୀପଲ ଘର ଭାଙ୍ଗିବା ଜାଣିପାରି ଘରେ ସୋଇଥୁବା ପରିବାରର ପାଞ୍ଚ ଜଣ ମଧ୍ୟରୁ ଚାରିଜଣ ଜୀବନ ବିକଳରେ ଘରୁ ବାହାରି ଦୌଡି ପଳେଇଥିଲେ । ହେଲେ ପରିତାପର ବିଷୟ ଯେ’ବୃଦ୍ଧା ଜଣକ ଘରୁ ବାହାରି ପାରିନଥିଲେ, ଘର ଭିତରେ ଥିବା ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ ହାତୀପଲ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଘର ନିକଟରେ ମୃତ ଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ଆଜି ସକାଳୁ
ଦେଖୁବାକୁ ମିଳିଛି । ହାତୀ ଆକ୍ରମଣ ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକିଆ ଭୟ ଖେଳିଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ହେଉଥିବାରୁ କୌଣସି ସ୍ଥାୟୀ ପଦକ୍ଷେପ ବନ ବିଭାଗ ନେଉ ନାହାନ୍ତି । ଏହି ଖବର ପାଇ ତୁରନ୍ତ କୁମଖାଲ ସରପଞ୍ଚ ସାନ୍ଦ୍ର ମାଝୀ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଖବର ଦେଇଥିଲେ ବନ ବିଭାଗ ଓ ପୋଲିସ ବିଭାଗକୁ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ । କ୍ଷୟକ୍ଷତିର ଆକଳନ ସହ ନିୟମ ଅନୁସାରେ ସହାୟତା ଯୋଗାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ହାତୀ-ମଣିଷ ସଂଘର୍ଷ ଏବେ ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି କେତେବେଳେ ହାତୀର ଜୀବନ ଯାଉଛି ତ
ଆଉ କେତେବେଳେ ମଣିଷର ଜୀବନ ଯାଉଛି ।
ପ୍ରତି ବର୍ଷ ଲାଞ୍ଜିଗଡ ବ୍ଲକରେ ଏହି ପ୍ରକାର ଘଟଣା ବାରମ୍ବାର ଘଟୁଛି, ଏହି ଦୁର୍ଗମ ଅଞ୍ଚଳରେ କେବେ ସରିବ ଏହି ହାତୀ ମଣିଷର ଲଢ଼େଇ ? ତାପରେ ଏହି ଘଟଣାକୁ ନେଇ କୁମଖାଲ ପଞ୍ଚାୟତର ଖଜୁର ଗୁଡା ଛକରେ ରାସ୍ତା ରୋକ ହୋଇଥିଲା ଓ ଏହି ରାସ୍ତାଟି ଲାଞ୍ଜିଗଡ ବ୍ଲକରୁ ବେନ ଗାଁ, ବିଜେପୁର ଦେଇ ରାୟଗଡା ଜିଲ୍ଲା କଲ୍ୟାଣ ସିଂ ପୁର କୁ ସଂଯୋଗ କରୁଅଛି ଓ ଏହି ରୋକ କରିବା ହେତୁ ରାସ୍ତାର ଦୁଇ ପାଖରେ ସହସହ ଗାଡି ଛିଡ଼ା ହୋଇଥିବା ଦେଖୁବାକୁ ମିଳିଥିଲା ଓ ସେହି ଠାରେ ଚାପା ଉତ୍ତେଜନା ଦେଖୁବାକୁ ମିଳିଥିଲା।
ଏହି ରାସ୍ତା ଅବରୋଧ ଖବର ପାଇ ବିଶ୍ଵନାଥ ପୁର ବନ ବିଭଗର ରେଞ୍ଜର ନରତ୍ତମ ମାଝୀ ଓ ବିଶ୍ୱନାଥ ପୁର
ଆଇ.ଆଇ.ସି କଳ୍ପନା ବେହେରା ଖବର ପାଇ ତୁରନ୍ତ ଘଟଣସ୍ଥଳକୁ ବାହାରି ପଡି ଥିଲେ ନିଜ ଟିମ କୁ ନେଇ ଏସ.ଆଇ ଅନିଲ କୁମାର ବହିଦାର, କନେଷ୍ଟବଲ ରାଧେଶ୍ୟାମ ମାଝୀ, ଓ.ପି.ଏଫ ଲୋଚନ ମାଝୀ ଯାଇ ରାସ୍ତା ରୋକ କରିଥିବା ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରିଥିଲେ, ତାପରେ ଯାଇ ରାସ୍ତା ଅବରୋଧ ହଟିଥିଲା ଓ ବନ ବିଭ।ଗ ବାରମ୍ବାର ଲାଞ୍ଜିଗଡ ଅଞ୍ଚଳରେ ଡିବିଡିବି ମାରୁଛନ୍ତି ଯେ ଆମର କର୍ମଚାରୀ ପେଟ୍ରୋଲିଙ୍ଗ କରୁଛନ୍ତି କିନ୍ତୁ ଆଜି କୋଉ ପ୍ରକାରରେ ହାତୀପଲ ଗାଁ ଭିତରେ ପଶି ମଣିଷ କୁ ମାରୁଛି ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଚାଲିଛି ଓ ଜନସାଧାରଣ କହିବା କଥା ଯେ ବନ ବିଭାଗ କେଉଁ ପ୍ରକାରର ପେଟ୍ରୋଲିଙ୍ଗ କରୁଛି ଯେ ଆଜି ଏଇ ପ୍ରକାର ହାତୀ ମଣିଷଙ୍କୁ ମାରୁଛି ଓ ତେବେ ଯଥା ଶୀଘ୍ର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ସହ ସ୍ଥାୟୀ ସମାଧାନ ଦାବି କରିଛନ୍ତି ଅଞ୍ଚଳବାସୀ ।
*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*
