August 2, 2026

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲ ପୁରୀ ଦିନ ପାଳିତ ,

IMG-20260802-WA0070
Share

 

ବରପାଲି – ୦୨/୮ ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଲିପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଠାରେ ଅଗଷ୍ଟ ୧ ତାରିଖ ଦିନ ଗୁରୁ ସତ୍ଯ ନାରାୟଣ ବହିଦାର ଜନ୍ମ ଦିନକୁ ସ୍ମରଣ କରି ସମ୍ବଲପୁରୀ ଦିନ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ସମାରୋହରେ ମୂଖ୍ଯ ଅତିଥି ଭାବରେ ଡୁଙ୍ଗୁରିପାଲି କଲେଜର ଅଧ୍ୟାପକ ଯୁବ କବି ଶ୍ରୀମାନ ସୁବାଷ ଚନ୍ଦ୍ର ଭୋଇ ଯୋଗଦାନ କରିଥିଲେ। କଲେଜ ର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ ସମ୍ବଲପୁରୀ ଦିନରେ ସମସ୍ତ ଅତିଥି ତଥା ସମସ୍ତଙ୍କୁ ସ୍ବାଗତ ଜଣାଇ ସମ୍ବଲପୁରୀ ଭାଷା, ଚାଳି ଚଳନ,ଖାଦ୍ଯପେୟ ,ସାହିତ୍ଯ ଇତିହାସ ବିଷୟରେ ଅଭିଭାଷଣ ଦେଇଥିଲେ। ମୂଖ୍ଯ ଅତିଥିଙ୍କ ଅଭିଭାଷଣରେ ସମ୍ବଲପୁରୀ କବିତା ସାଙ୍ଗକୁ ସମ୍ବଲପୁରୀ ଭାଷାର ଇତିହାସ ତଥା ଏ ଅଞ୍ଚଳର କବି,କଳାକାର, ବିଶିଷ୍ଟ ବ୍ୟକ୍ତି ମାନଙ୍କ ବିଷୟରେ କହି ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି,ପରମ୍ପରା, ସଭ୍ଯତା କୁ ବଞ୍ଚାଇ ରଖିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତକରି ଏ ବିଷୟରେ ଶିକ୍ଷା ଦେଇଥିଲେ ।ସମ୍ବଲପୁରୀ ଦିନର ସଭାକୁ ସଂଯୋଜନା କରିଥିଲେ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀମାନ ଯତୀନ୍ଦ୍ର କୁମାର ସାହୁ , ଶେଷରେ କଲେଜର ଜୁନିୟର କ୍ଲାର୍କ ଶଶାଂଖ ଶେଖର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଲେଜର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ କରା ଯାଇଥିଲା।

(ବରପାଲି ସୁଦାମ ଦୀପ)

You may have missed