ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ, ବାର୍ଷିକ ଜ୍ଞାନବିଜ୍ଞାନ ମେଳା
ତିର୍ତ୍ତୋଲ ତା 2/8/2026 ତିର୍ତ୍ତୋଲବ୍ଲକ, କନକପୁର ପଞ୍ଚାୟତ ଅଧିନ ଛତ୍ରମଠ ( ତରାପୁର ) ଠାରେ ସରସ୍ବତୀ ଶିଶୁମନ୍ଦିର ମନ୍ଦିର ପରିସରରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରତିଷ୍ଠାତା ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ ଙ୍କ ଅଧ୍ୟକ୍ଷତା ଏହି ବିଜ୍ଞାନମେଳା କୁ ସଭାପତି ଧୁନଚନ୍ଦ୍ର ସେନାପତି ଓ ସମ୍ପାଦକ ବିଜୟ କୁମାର ପଣ୍ଡା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ମେଳା ରେ ବାଲବର୍ଗ ର ଛଅ ଟି ଓ ଶିଶୁବର୍ଗ ରେ କୋଡିଏ ଟି ପ୍ରକଳ୍ପ କୁ ବିଦ୍ୟାର୍ଥୀ ମାନେ ପ୍ରଦର୍ଶନ କରିଥିଲେ l ଗଣିତ ପ୍ରଶ୍ନ ମଞ୍ଜି, ଗଣିତ ପ୍ରୟୋଗ ଓ ଗଣିତ ବିଜ୍ଞାନ ଆଦିର ଭିନ୍ନଭିନ୍ନ ପ୍ରକଳ୍ପ ଏହି ପ୍ରଦର୍ଶନୀ ରେ ସ୍ଥାନ ପାଇଥିଲା l ପ୍ରାକ୍ତନ ଶିକ୍ଷକ ଭୀମସେନ ବିଶ୍ୱାଳ ଓ ଶିକ୍ଷକ ଦିଗମ୍ବର ରାଉତ ବିଚାରକ ଭାବେ ଅଂଶ ଗ୍ରହଣ କରିଥିବାବେଳେ, ଶିବପ୍ରସାଦ ନନ୍ଦ, ଶୁଭଶ୍ରୀ ତ୍ରିପାଠୀ, ସୁପ୍ରଭା ନାୟକ, କମଳିନୀ ଶତପଥୀ, ଅଶୋକ କୁମାର ସିଂହ, ସରୋଜିନୀ ରାଉତ, ଶିବାଙ୍ଗି ବର୍ଦ୍ଧନ, ରାଜଶ୍ରୀ ମନୋହରୀ,ସାବିତ୍ରୀ ମହଲା ଓ ସୁଜାତା ରାଉତ ପ୍ରମ୍ମୁଖ ଗୁରୁ ଗୁରୁମା ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
