August 2, 2026

ସିଂଡୋଭ ଗ୍ରାମରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କଲେ ଉପାଧ୍ୟକ୍ଷ

IMG-20260802-WA0059
Share

 

 

 

ହାଟଡିହି ତା ୨/୮(ମନମୋହନ ନାୟକ) : ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ସିଂଡୋଭ ଗ୍ରାମରେ ଲଗାଣ ବର୍ଷା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀ ମାନେ ଜଳବନ୍ଦୀ ଜୀବନ ବିତାଇ ଥିଲେ। ଏଥିରେ ଶତାଧିକ ପରିବାର ପ୍ରଭାବିତ ହୋଇଥିବା ଲୋକମାନେ ବାହାରକୁ ବାହାରି ନପାରି ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ। ଖବର ପାଇ ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେଡିର ସମ୍ପାଦକ ରତିକାନ୍ତ ରାଉତ ସିଂଡୋଭ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପାଣି ଘେରରେ ରହିଥିବା ବିଭିନ୍ନ ସାହିର ୫୧୭ ଜଣଙ୍କୁ ଶୁଖିଲା ଖାଦ୍ୟ ଓ ଅଟା ବଣ୍ଟନ କରିଥିଲେ। ରତିକାନ୍ତ ସିଂଡୋଭ ଗ୍ରାମବାସୀଙ୍କ ସହିତ ସବୁବେଳେ ଅଛନ୍ତି, ବିପଦ ଆପଦ ବେଳେ ପାଖରେ ଠିଆ ହୋଇ ସହଯୋଗର ହାତ ବଢା଼ଉ ଥିବା ଗ୍ରାମବାସୀ ମାନେ କହିଛନ୍ତି। ସେ ଆମର ଦୁଃଖ ସୁଖର ସାଥି ବୋଲି ୱାର୍ଡ ସଭ୍ୟ ଶ୍ରୀଧର ଖଟୁଆ, ଶୁଭଶ୍ରୀ ଖଟୁଆ, ବୁଦ୍ଧିରାମ ଦେହୁରୀ, କାଳିଆ ବେହେରା, ନିରଞ୍ଜନ ବେହେରା, ପୂର୍ଣ୍ଣ ଖଟୁଆ, କାଠିଆ ଖଟୁଆ, ଅଭିନ୍ନ ଖଟୁଆ ପ୍ରମୁଖ କହିଛନ୍ତି। ତାଙ୍କ ସହିତ ମୁକେଶ ରାଉତ, ମିହିର କୁମାର ବରାଳ, ପ୍ରିୟବ୍ରତ ନାୟକ, ସତ୍ୟାନନ୍ଦ ବରାଳ, ହିମାଦ୍ରୀ ରାଉତ, ସଦାଶିବ ରାଉତଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

You may have missed