August 2, 2026

ଭାରତସରକାର ଙ୍କ ଟେଲିକମ ବିଭାଗ ଆନୁକୂଲ୍ୟରେ, ଜିଲ୍ଲା ଉପଭୋକ୍ତା ସଚେତନତା ଶିବିର..

IMG-20260801-WA0037
Share

        ତିର୍ତ୍ତୋଲ ତା 1/8/2026 ଜଗତସିଂହପୁର ଜିଲ୍ଲା ସଅଁରା ଛକ ସ୍ଥିତ ଡି ଆର ଡି ଏ କାର୍ଯ୍ୟାଳୟ ର ସଭାଗୃହରେ ଗତ ଶନିବାର ପୂର୍ବାହ୍ନ ରେ ଭାରତସରକାର ଙ୍କ ଟେଲିକମ ବିଭାଗ ଆନୁକୂଲ୍ୟରେ, ଜିଲ୍ଲା ଉପଭୋକ୍ତା ସଚେତନତା ଶିବିର, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାସମାଜମଙ୍ଗଳ ଅଧିକାରିଣୀ ବିଷ୍ଣୁପ୍ରିୟା ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ, ଉପଭୋକ୍ତାକର୍ମୀ ତଥା ବ୍ୟାସଫାଉଣ୍ଡେସନ ର ଅଧ୍ୟକ୍ଷl ତଥା ସ୍ନେହମୟୀ ଆଚାର୍ଯ୍ୟ ମଞ୍ଚ ସଞ୍ଚl ଳନ କରିଥିଲେ l ସମ୍ମାନିତ ଅତିଥିଭାବେ ଜିଲ୍ଲା ଖାଉଟି ଅଦାଲତ ର ସଭାପତି ପ୍ରଭାତକୁମାର ସେଠୀ, ସାଇବର ଥାନା ର ଏସ ଡି ପି ଓ ମନ୍ଦାକିନୀ ବିଶୋଇ, ଜିଲ୍ଲାଖାଉଟି ପରାମର୍ଶଦାତା କମିଟି ସଦସ୍ୟ ଦେବେନ୍ଦ୍ର ନାଥ ମଲ୍ଲିକ,ରାଜ୍ୟ ଖାଉଟିକଲ୍ୟାଣ ପରିଷଦ ର ଉପସଭାପତି ଶରତ କୁମାର ଦାଶ ଙ୍କ ସମେତ ଟେଲିକମ ବିଭାଗର ଜିଓ, ଏୟାରଟେଲ ଆଦିର ଆଞ୍ଚଳିକ ପଦାଧିକାରୀ ମାନେ ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ବିଶେଷକରି ସି ଏ ଜି ସଦସ୍ୟ ପ୍ରକାଶ କୁମାର ସାହୁ, ସକାଳୁ ଉଠିବା ପରଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମର ଦୈନଦିନ ଜୀବନଯାପନ କ୍ଷେତ୍ରରେ ଖାଉଟି ସଚେତନତା ଅଭାବରୁ ଠକେଇ ର ଶୀକାର ହେଉଛୁ, ସେଥିପାଇଁ ଏହି ଶିବିରରେ ଆମେ ଶିକ୍ଷଲାଭ କରିଥିବା ସମସ୍ତ ଉପାଦେୟ ବାର୍ତ୍ତା କୁ ଜାଣିବା, ଜଣାଇବା ଓ କିଣିବା ବୋଲି, ଜିଲ୍ଲାର ସମସ୍ତ ବ୍ଲକ ରୁ ଆସିଥିବା ମହିଳାପ୍ରତିନିଧି ମାନଙ୍କୁ ଆହ୍ୱାନ ଦେବାସହିତ ବହୁତଥ୍ୟଭିତ୍ତିକ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ଅବସରରେ ଜିଲ୍ଲାର ଖାଉଟି ପରାମର୍ଶ ଦାତା ଦେବେନ୍ଦ୍ରନାଥ ମଲ୍ଲିକ ଙ୍କୁ ଅତିଥିମାନଙ୍କ ଦ୍ୱାରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲାପରିଷଦ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ସ୍ବେଛାସେବୀ ମନୋଜ ପ୍ରଧାନ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବା ବେଳେ ସ୍ନେହମୟୀ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର