August 2, 2026

ସମ୍ବଲପୁରରେ ରକ୍ତ ସଙ୍କଟ ମଧ୍ୟରେ ଭିମସାର ରକ୍ତଭଣ୍ଡାରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

IMG-20260801-WA0030
Share

 

ସମ୍ବଲପୁର, ୦୧. ୦୮: ସମ୍ବଲପୁରରେ ବର୍ତ୍ତମାନ ଦେଖାଦେଇଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସ୍ୱର୍ଗତ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ଆଜି ଭିମସାର ବୁର୍ଲା ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସାଧାରଣ ବର୍ଗ ଓ ଅଳ୍ପସଂଖ୍ୟକ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

 

କାର୍ଯ୍ୟକ୍ରମରେ ଭିମସାର ଅଧୀକ୍ଷକ ଡ଼ଃ ଦୁଲାଲ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ପୂର୍ବତନ ବୁର୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଚନ୍ଦ୍ରାବତୀ ନାଏକ, ବୁର୍ଲା ଟାଉନ ବିଜେପି ସଭାପତି ଆକାଶ ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ସାହୁ, ପ୍ୟାରୀମୋହନ ପୂଜାରୀ, ସଞ୍ଜୀବ ବର୍ମା, ମଞ୍ଚର ଆବାହକ ପ୍ରୀତି ପ୍ରଧାନ, ସମାଜସେବୀ ରଚିନ୍ଦ୍ର ରାୟ, ଘନଶ୍ୟାମ କୁମ୍ଭାର, ବରିଷ୍ଠ ସାମ୍ବାଦିକ ବୁନୁ ପଣ୍ଡା ଓ ଆଇନଜୀବୀ ଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବକ୍ତାମାନେ ସମ୍ବଲପୁରରେ ଦେଖାଦେଇଥିବା ରକ୍ତ ସଙ୍କଟ ସମୟରେ ଏଭଳି ରକ୍ତଦାନ ଶିବିରର ଆବଶ୍ୟକତା ଉପରେ ମତ ପ୍ରକାଶ କରିବା ସହ ଯୁବବର୍ଗଙ୍କୁ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

 

ଏହି ଅବସରରେ ବିଭୀଷଣ ଭିଶାର, ରାଜୁ ଭଗତ, ଟିଟୁ ମେହେର, ସୁଧୀର ବାରିକ , ଆର୍ୟନ ବେହେରା, ସନ୍ତୋଷ ରାଉତ, ଅମିର ଷଣ୍ଢ, ଜେ. ନିରଞ୍ଜନ ମହାନ୍ତି, ଜୟନ୍ତ ବାଞ୍ଛୋର, ସୁନୀଲ ପଞ୍ଚବିହାର, ଆଶିଷ ପଞ୍ଚବିହାର, ଜ୍ୟୋତି ପ୍ରକାଶ ନାଏକ, ଅନିଲ ସୁନା, ବାଦଲ ସୁନା, ଋଷଭ ପଞ୍ଚବିହାର, ଧିରେନ ଦେବତା, ଜୟନ୍ତ ପଟ୍ଟନାୟକ, କୈଳାସ ପ୍ରଧାନ, ମୋହିତ ଦାସ, ସୁମିତ କୁମାର ପଟେଲ, ଦେବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆୟୋଜକ ସଂଗଠନ ପକ୍ଷରୁ ସମସ୍ତ ରକ୍ତଦାତା, ଅତିଥି ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।