ବୁଡ଼ିଯାଇ ମୃତ ହୋଇଥିବା ଚାରି ଯୁବକ ପାଇଁ ଭକ୍ତ ଚରଣ ଦାସଙ୍କ ଶୋକ ପ୍ରକାଶ..
ଭୁବନେଶ୍ୱର ( ଦେବାଶିଷ ଦାଶ )
ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନଦୀରେ ବୁଡି ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ପ୍ରେସ ବାର୍ତ୍ତା ମାଧ୍ୟମରେ ନିଜର ଶୋକ ପ୍ରକାଶ କରିଛନ୍ତି l ସଭାପତି ଶ୍ରୀ ଦାସ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ଚାରିଜଣ ଯୁବକ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଢା ନଦୀରେ ବୁଡି ପ୍ରାଣ ହରାଇଥିବା ଘଟଣା ଅତ୍ୟନ୍ତ ବେଦନା ଦାୟକ l ଏହା ଶୁଣି ମୁଁ ଅତ୍ୟନ୍ତ ମର୍ମାହତ l ନଦୀରେ ବୁଡି ମୃତ ହୋଇଥିବା ଯୁବକ ମନଜୀତ ସ୍ୱାଇଁ, ସ୍ବପ୍ନଜିତ ବାରିକ, ରଶ୍ମି ରଞ୍ଜନ ନାୟକ ଓ ସୁଶୀଲ ପଲେଇଙ୍କ ଆତ୍ମାର ସଦଗତି କାମନା କରିବା ସହ ଦିବଂଗତ ଯୁବକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି l ଏଭଳି ଗଭୀର ଦୁଃଖ ସମୟରେ ମହାପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି l
