September 16, 2026

ମା’ ରାମଚଣ୍ଡୀ ଶକ୍ତିପୀଠରେ ପୂଜା କମିଟିର ନୂତନ କର୍ମକର୍ତା ଚୟନ

IMG-20260916-WA0135
Share

 

ଛତ୍ରପୁର ତା:୧୬.୯.୨୬ (ଅରୁଣ କୁମାର ପଣ୍ଡା )

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଁ ରାମଚଣ୍ଡୀ ପୀଠରେ ପୂଜା କମିଟିର ନୂତନ କର୍ମକର୍ତା ଚୟନ ଓ ମାଁ ଙ୍କ ଷୋଡଶଦିନାତ୍ମକ ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସର୍ବପ୍ରଥମେ କମିଟିର ଦୁଇଜଣ ସଦସ୍ୟ ସ୍ବର୍ଗୀୟ ରାଜେଶ ନାୟକ ଓ ଶ୍ରୀମାନ ନାୟକଙ୍କ ଅକାଳ ବିୟୋଗ ହୋଇଥିବାରୁ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l

 

ବିଗତ କିଛି ବର୍ଷ ହେଲା ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଶକ୍ତିପୀଠରେ ସ୍ୱତନ୍ତ୍ର ଭାବେ ପୂଜା କମିଟୀର ସହଯୋଗରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାହା ଦ୍ୱାରା ଏହି ଶକ୍ତିପୀଠ ଅଧୂନା ଅଗଣିତ ଭକ୍ତଙ୍କୁ ବିମୁଗ୍ଧ ଏବଂ ପ୍ରସିଦ୍ଧତା ଲାଭ କରିଆସିଛି । ଏହି ସବୁ ସଫଳ କାର୍ଯ୍ୟକ୍ରମରେ ରାମଚଣ୍ଡୀ ଶକ୍ତିପୀଠର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟି ର ବିଶେଷ ଅବଦାନ ରହିଛି । ଏନେଇ ଗ୍ରାମବାସୀ ଓ କରପଡା ପଂଚାୟତ ର ସରପଞ୍ଚ ଅଜୟ ନାୟକଙ୍କ ସହଯୋଗରେ ଏକ ଆନୁଷ୍ଠାନିକ ସଭାର ଅୟୋଜନ କରାଯିବା ସାଂଗକୁ ପୂଜା କମିଟୀର ପୁନଃ-ଗଠନ ତଥା ନୂତନ ବ୍ୟକ୍ତି ବିଶେଷ୍ୟଙ୍କୁ କମିଟୀରେ ସାମିଲ କରାଯାଇଛି । ସର୍ବପ୍ରଥମେ ମା’ ରାମଚଣ୍ଡୀ ପୀଠର ସଂଯୋଜକ କମଳ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ କରପଡା ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକଙ୍କ ସଭାପତିତ୍ୱ କରିଥିଲେ । ୨୦୨୩ ମସିହାରେ ପ୍ରଥମ କରି ପୂଜାକମିଟୀ ଗଠନ କରାଯାଇଥିବା ଏଠାରେ ସୂଚାଇ ଦିଆଯାଇଥିଲା । ଉକ୍ତ ପୂଜାକମିଟୀ ଗଠନ ପରେ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ, ବାର୍ଷିକ ଉତ୍ସବ ପାଳନ ଆଦି ସାଂସ୍କୃତିକ ବିଦ୍ଭୋବ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି l ଗତ ୨୦୨୪ ରୁ ୨୦୨୬ ରେ ମନ୍ଦିର ଟ୍ରଷ୍ଟ, ପୂଜା କମିଟୀର ସମସ୍ତ ସଦସ୍ୟ ଓ ଭକ୍ତମାନଙ୍କ ସହଯୋଗରେ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଓ ନିର୍ମାଣକାର୍ଯ୍ୟ ଆଦି ସମାହିତ ହୋଇ ଆସିଥିବା ସାଂଗକୁ ୨୦୨୪ ମସିହାରେ ୧୦୮ ଚଣ୍ଡୀପାଠ ଓ ୨୦୨୫ ରେ ୧୦୮ ସାଧୁ ସମ୍ମେଳନୀ, ଗୁରୁପୂର୍ଣ୍ଣିମା ପାଳନ କରାଯାଇଥିଲା l ଏବଂ ୨୦୨୪ ରୁ ୨୦୨୬ ତିନିବର୍ଷ ହେଲା ଜିଲ୍ଲା ପ୍ରଶାସନ ର ସହଯୋଗ ରେ ମାଁ ରାମଚଣ୍ଡୀ ମହୋତ୍ସବ ଶୃଙ୍ଖଳିତ ଭାବେ ପାଳିତ ହେବା ଦକ୍ଷିଣ ଓଡିଶା ପାଇଁ ଏକ ଇତିହାସ ରଚିବା ଭଳି ଆଧ୍ୟାତ୍ମିକ ଓ ସଂସ୍କୃତିକ କାର୍ଯ୍ୟ ସଞ୍ଚାର କରାଯାଇଥିଲା l

 

ସେହିପରି ଚଳିତ ବର୍ଷ ପୁଣି ମାଁ ରାମଚଣ୍ଡୀ ପୂଜା କମିଟୀର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ନୂତନ କମିଟି ପୁନଃ-ଗଠନ କରାଯାଇଛି । କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟାଯାଇଛି । ପୁଣିଥରେ ଛତ୍ରପୁର ମା’ ରାମାୟଣାମାଙ୍କ ଯାତ୍ରା କମିଟୀର ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀଙ୍କୁ ମା’ ରାମଚଣ୍ଡୀ ପୂଜା କମିଟିର ସଭାପତି ଭାବେ ଏବଂ ଛତ୍ରପୁର ଅଞ୍ଚଳର ଯୁବ ସମାଜସେବୀ ବିମଳ ପଣ୍ଡାଙ୍କୁ ସମ୍ପାଦକ ଓ ଆଲ୍ୟାବାଦ ଗ୍ରାମର ଶଙ୍କର ନାୟକ ସହ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଭାବେ ଦିବାକର ନାୟକ(କରପଡା), ଆଦିତ୍ୟ ପଟନାୟକ (ବ୍ରହ୍ମପୁର),ମନୋଜ ମିଶ୍ର (ଛତ୍ରପୁର) ଓ ଦଣ୍ଡପାଣି ମହାରଣା (ଆଲ୍ୟାବାଦ) ଚାରିଜଣ ଉପ ସଭାପତି ଓ କୋଷାଧ୍ୟକ୍ଷ ଭାବେ ରାଜୁ ବେହେରାଙ୍କୁ ଚୟନ କରାଯାଇଛି । ସେହିପରି ଉପଦେଷ୍ଟା ମଣ୍ଡଳୀରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଦିପ୍ତୀସ ପଟ୍ଟନାୟକ, ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), ସମରେନ୍ଦ୍ର ସେନାପତି, ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ରାଜେନ୍ଦ୍ର ପୋଲାଈ, ତୁଷାରକାନ୍ତ ପାଣ୍ଡୀ (ବାଦଲ), ଭାସ୍କର ନାୟକ,ପିତାମ୍ବର ଚର୍ତ୍ତୀ, ଲିଙ୍ଗରାଜ ନାୟକ,କୁଞ୍ଜବିହାରୀ ନାୟକ, ବଂଶୀଧର ନାୟକ, ତ୍ରିନାଥ ନାୟକ, ନାରାୟଣ ଚର୍ତ୍ତୀ, ଶଙ୍କର ଚର୍ତ୍ତୀ, ନିରଞ୍ଜନ ମୁଦୁଲି, ରାମେଶ୍ୱର ନାୟକ, ରାଜନ ବେହେରା, ରାଜେନ୍ଦ୍ର ପଣ୍ଡା ମନୋନୀତ କରାଯାଇଛି l

 

ବରିଷ୍ଠ ପରାମର୍ଶଦାତା ଭାବେ ପଣ୍ଡିତ ଜଗନ୍ନାଥ ପଣ୍ଡା, ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀ, ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀ, କେ.ସାଇ କ୍ରିଷ୍ଣା, ତ୍ରିପତି ବାଲାଜୀ ମିଶ୍ର, ଆଇନଜିବୀ ବି. ଶ୍ରୀନିବାସ ରାଓ, ସାମ୍ୱାଦିକ ସନ୍ତୋଷ କୁମାର ମିଶ୍ର, ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ରାଜେଶ କୁମାର ମିଶ୍ର (ଭାରପ୍ରାପ୍ତ ବରିଷ୍ଠ ସରକାରୀ ଓକିଲ), ଦୀପକ କୁମାର ଦାଶ (ଜ୍ୟୋତିଷ ଶାସ୍ତ୍ରଜ୍ଞ), ସୁଧୀର ମହାରଣା,ଜୀବନ ମହାରଣାଙ୍କୁ କମିଟୀର ସୁପରିଚାଳନା ପାଇଁ ନିୟୋଜିତ ତଥା ମନୋନୀତ କରାଯାଇଛି । ଶକ୍ତି ପୀଠର ନିତିନିୟମ ଓ ପୂଜା ପ୍ରଣାଳୀ କିପରି ସୁଚାରୁ ରୂପେ ପରିଚାଳନା ହେବ, ତାହା ରହିଛି ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ଏଥିପାଇଁ ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଯଥା ଯଥାଶୀଘ୍ର ନୂତନ ଶିବ ମନ୍ଦିର ପ୍ରତିଷ୍ଠା, ମନ୍ଦିରରେ ଭକ୍ତମାନଙ୍କ ତରଫରୁ ଏକ ଦିବସୀୟ ପୂର୍ଣ୍ଣ ଭୋଗଲାଗି କରିବା ବ୍ୟବସ୍ଥା, ଦୈନିକ ଚଣ୍ଡୀପାଠ ଓ ହବନ ବ୍ୟବସ୍ଥା, ଷୋଡଶ ଦିନାତ୍ମକ ପୂଜା ପାଇଁ ନୂତନ ବ୍ୟବସ୍ଥା, ଚଣ୍ଡୀପାଠ ପାଇଁ ପଣ୍ଡିତ ନିଯୁକ୍ତି, ଦୈନିକ ଭୋଗଲାଗି ପାଇଁ ବ୍ରାହ୍ମଣ ସୁପକାର ଓ ଶିବ ମନ୍ଦିର ପାଇଁ ପୂଜକ ନିଯୁକ୍ତି ତଥା ପୂଜା କମିଟି ସଭ୍ୟ ସଂଗ୍ରହ ଏମିତି ଅନେକ ବିଷୟରେ ଆଲୋଚନା କରାଯାଇ ଟ୍ରଷ୍ଟକୁ ସୂଚିତ କରାଯାଇଛି । ସେହିପରି ଏହି କମିଟି ଗଠନ ହେବା ପରେ ପ୍ରଥମ କାର୍ଯ୍ୟ ହିସାବରେ ପର୍ବ ଆଖି ଆଗରେ ରଖି ଆସନ୍ତା ସପ୍ତାହରେ ଏକ ବିଶାଳ ସଫେଇ ଅଭିଯାନ ମନ୍ଦିର ପରିସରରେ କରାଯିବ ବୋଲି ପରାମର୍ଶଦାତା ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ଭୁବନେଶ୍ୱର ସେବାପ୍ରତିନିଧି ସ୍ବେଛାସେବୀ ସଂଗଠନ ର ମୁଖ୍ୟ ଶ୍ରୀ ନୀଳମଣି ମିଶ୍ର, କମିଟି ସହ ସଂଯୋଜକ ତୁଷାର ଶତପଥୀ, ରାଜେଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।