July 30, 2026

ଘାସ ଚାଷ ଓ ଗୋ ବୀମା ଉପରେ ଗୁରୁତ୍ୱାରୋପ ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ଜିଲ୍ଲା ନୂତନ ପ୍ରାଣୀ ଚିକିତ୍ସା ଅଧିକାରୀ, ଭେଡେନ ରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

IMG-20260730-WA0010
Share

 

 

ଗୋପାଳକ ମାନଙ୍କ ମାନଙ୍କ ମାନଙ୍କ ଉନ୍ନତି ଘଟିଲେ ଦେଶର ଅର୍ଥନୈତିକ ମାନଦଣ୍ଡ ସୁଦୃତ ହେବା ସହିତ ରାଜ୍ୟ ତଥା ଦେଶ ର ପ୍ରତି ସମ୍ଭବ । ଗୋପାଳକ ମାନେ ଘାସ ଚାଷ କଲେ ଅଧିକ ଲାଭବାନ ହୋଇପାରିବେ, ଗୋପାଳକ ମାନଙ୍କର ଗାଈ ମାନଙ୍କର ଗୋବୀମା କରିବା ଅତ୍ୟନ୍ତ ଜରୁରୀ,କୃତ୍ରିମ ପ୍ରଜନନ , ସହ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ ଅଧିକାରୀ ଶୁଭମ କୁମାର ନାୟକ ଭେଡେନ ବ୍ଲକ ପ୍ରାଣୀ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ସ୍ୱାଗତ ସମ୍ବଦ୍ଧିନା ଉତ୍ସବରେ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଆଜି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ରେ ଭେଡେନ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଟେକଧର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଆଜି ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭମ କୁମାର ନାୟକ, ଗଣ୍ଡ ତୁରୁମ ପ୍ରାଣୀ ଚିକିତ୍ସା ଅଧିକାରୀ ତେଜରାଜ ବାଗ, ପପଙ୍ଗା ପ୍ରାଣୀ ଚିକିତ୍ସା ଅଧିକାରୀ ଙ ଆରିୟନ ଦାଶ, ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ ସ୍ମିତା ମିଶ୍ର, ପ୍ରାଣୀ ନୀରିକ୍ଷକ ବିଶ୍ଵଜିତ ମେହେର,ଭାଗର ଥି ସାହୁ, ଚୈତନ୍ୟ କର୍ଣ୍ଣ, ମାନସ ରଞ୍ଜନ ବାଗ,ଯଜ୍ଞଶ୍ଵର ବାରିକ,ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ର ଗୋଡ଼ଭଗା ତୁରୁମ ରୁଟ୍ କ୍ଷେତ୍ର ପରିଦର୍ଶକ ଭାରତ ବେହେରା, ବିବେକାନନ୍ଦ ପାତ୍ର ସମେତ ଭେଡେନ ବ୍ଲକ ର ବିଭିନ୍ନ ଅଞ୍ଚଲ ର କୃତ୍ରିମ ପ୍ରଜନନ କାରୀ ମାନେ ସକ୍ରିୟ ଭାବରେ ଯୋଗଦାନ କରିଥିଲେ । କୃତ୍ରିମ ପ୍ରଜନନ , ଗାଈ ମାନଙ୍କ ଗର୍ଭ ଧାରଣ , ଭେକ୍ସିନେସନ , ଗୋବୀମା, ଘାସ ଚାଷ ଉପରେ ଆଲୋଚନା ହୋଇଥିଲା । ଯେଉଁ ଯେଉଁ ସମସ୍ୟା ଗୁଡିକ ରହିଛି ଜଣାଇଲେ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରତିଶୃତି ଦେଇଥିଲେ । ଶେଷ ରେ ଗଣ୍ଡ ତୁରୁମ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ତେଜରାଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଫଟୋ ୧ ଜିଲ୍ଲା ମୁଖ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭମ କୁମାର ନାୟକ ଙ୍କୁ ଫୁଲତୋଡ଼ା ଉପଡୌକନ ଦେଇ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଟେକ ଧର ମେହେର ସମ୍ବର୍ଦ୍ଧନା କରୁଛନ୍ତି ।