July 28, 2026

ପାଇକପଡା ଯନ୍ତିକାପାଳ‌ ରାସ୍ତା ବନ୍ୟାରେ ବିଚ୍ଛିନ୍ନ 

IMG-20260728-WA0032
Share

 

 

ବାଲେଶ୍ବର, ବସ୍ତା ( ଦେବାଶିଷ ଦାଶ )

 

ଲଗାଣ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ପାଇକପଡା-ଯନ୍ତିକାପାଳ ସଂଯୋଗକାରୀ ରାସ୍ତା ବନ୍ୟା ପାଣିରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ରହିଛି ଏବଂ ସ୍ଥାନୀୟ ଲୋକେ ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ବନ୍ୟା ପାଣି ଉପରେ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଜଳସ୍ତର କମିବା ପରେ ଯାତାୟାତ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।