July 6, 2026

ଭିନ୍ନକ୍ଷମ ଯୁବକଙ୍କୁ ଉଦ୍ଧାର ଓ ଚିକିତ୍ସା ସେଵା ଯୋଗାଇଲେ ସ୍ନେହମୟୀ ..

IMG-20260705-WA0034
Share

 

ତିର୍ତ୍ତୋଲ—- ତା 5/7/2026 ପୋତାନଇ ପଞ୍ଚାୟତ ଅଧୀନ ବାଇଳୋ ଗ୍ରାମର ଭିକ୍ଷାବୃତ୍ତି କରି ଜୀବନଯାପନ କରୁଥିବା ତଥା ମାନସିକବିକୃତ ରବୀନ୍ଦ୍ର ମହାରାଜ ଙ୍କ ପୁଅ ବାବାଜୀ ମହାରାଜ ମଧ୍ୟ ମାନସିକବିକୃତ ହୋଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ଥାନରେ ଘୁରିବୁଲୁଥିଲେ l କିଏ ଗଣ୍ଡେ ଦେଲା ତ ଖାଇଲା ନହେଲେ ଉପାସଭୋକ ରେ ଜୀବନ ବିତେ ବାବାଜୀର। କୌଣସି କାରଣରୁ ତାର ଡାହାଣଗୋଡ଼ ରେ ଖଣ୍ଡିଆ ହେବା ଓ ଚିକିତ୍ସା ନହେବାରୁ ସେହି ସ୍ଥାନରେ ପୋକ ସାଲୁବାଲୁ ହେବାକୁ ଲାଗିଲେ।ଏ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ବାବାଜୀ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଘୁରି ବୁଲୁଥିଲା ବେଳେ ପୋତାନଇ ସରପଞ୍ଚ ବ୍ରଜକିଶୋର ମହାରାଜଙ୍କ ସୁପାରିଶ ଓ ଶହେଆଠ ଆମ୍ବୁଲାନ୍ସ ଡ୍ରାଇଭର ନରେନ୍ଦ୍ର ସାହୁଙ୍କ ସୂଚନା ଓ ସହାୟତାରେ ବ୍ୟାସଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ତାଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ମାତ୍ର ସେଠାରେ ବାବାଜୀ ର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହେବାରୁ, ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ଗତ ରବିବାର ଦିନ ମଧ୍ୟାହ୍ନ ରେ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ସୁସ୍ଥହେବାପରେ ତାଙ୍କୁ କଣାସ ସ୍ଥିତ ସେବାଶ୍ରମ ର ଅବସ୍ଥାପିତ କରାଯିବ ବୋଲି ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି l ଏହି ଉଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ରେ ଡଃ ସିଦ୍ଧେଶ୍ୱର ପଣ୍ଡା, ଫାଉଣ୍ଡେସନ ର ଉପଦେଷ୍ଟା ରମାକାନ୍ତ ରାଉଳ, ଉପସଭାପତି ପଣ୍ଡିତ ଶରତ କୁମାର ଦାଶଙ୍କ ସମେତ ମେଡିକାଲ ଷ୍ଟାଫ ସ୍ମୃତି ଷଡ଼ଙ୍ଗୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ l ସୂଚନାଯୋଗ୍ୟ ଶ୍ରୀମତୀ ଆଚାର୍ଯ୍ୟ ବହୁ ଘାତପ୍ରତିଘାତ ମଧ୍ୟରେ ପ୍ରାୟ ପ୍ରତିଦିନ ଏଇଭଳି ସେବାକାର୍ଯ୍ୟ ରେ ନିଜକୁ ନିୟୋଜିତ କରି ଶହଶହ ଅସହାୟ, ଭିନ୍ନକ୍ଷମ ଓ ମାନସିକବିକାରଗ୍ରସ୍ତ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବାରୁ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed