June 28, 2026

ନିଶା କୁ ଦୁରେଇ ରଖିବା ନିମନ୍ତେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ସଚେତନତା ଶୋଭାଯାତ୍ରା ..

IMG-20260627-WA0045
Share

ମୋହନା(ଜୁନେସ ଶବର)ଆଜି ଗଜପତି ଜିଲ୍ଲା ମୋହନା ଠାରେ ସେଣ୍ଟ ପିଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଲୋକଙ୍କୁ ନିଶା ନିବାରଣ ସମ୍ପର୍କରେ ସଚେତନ କରିଥିଲେ। ନିଶା ଲୋକଙ୍କୁ କିପରି ରୋଗଗ୍ରସ୍ତ ସହିତ କିପରି ତଳିତଳାନ୍ତ କରିଦେଉଛି ତାହା ପଥ ପ୍ରାନ୍ତ ନାଟକ ମଧ୍ୟରେ ସଚେତନ କରିଥିଲେ କୋମଳ ମତି ଛାତ୍ରୀ ଛାତ୍ର ମାନେ। ଏହି ନିଶା ନିବାରଣ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଅବକାରୀ ବିଭାଗ ସହଯୋଗ ରେ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ସହଯୋଗ କରିଥିଲେ ସ୍ଥାନୀୟ ପୋଲିସ ବିଭାଗ। ଏହି ଶୋଭାଯାତ୍ରା ରେ ଛାତ୍ରୀ ମାନେ ନିଶା ନିବାରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସମେତ ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଙ୍କ ସମେତ ସମସ୍ତ ପୋଲିସ ଏବଂ ଗୃହରକ୍ଷୀ ବାହିନୀ,ଅବକାରୀ ବିଭାଗର ଦାୟିତ୍ୱ ରେ ଥିବା ଅଧିକାରୀ ଜିମୂତ ବେହରର୍ଦଳାଇ, ମଙ୍ଗଳ କୁମାର ସିଂ, ସଞ୍ଜୟ କୁମାର ପାତ୍ର, ବିଷ୍ଣୁ ପ୍ରସାଦ ଗମାଙ୍ଗ,ଧନଞ୍ଜୟ ରାଓ ପ୍ରମୁଖ ଉପସ୍ଥିତ ରହି ନିଶା ନିବାରଣ ଦିବସ ଟିକୁ ସଫଳ କରିଥିବା ଦେଖିବାକୁ ମିଳିଥିଲା।

You may have missed