June 28, 2026

ଭିନ୍ନ ଏକ ବନବାସୀ ଙ୍କ କରୁଣ କାହାଣୀ …

IMG-20260628-WA0033
Share

 

ଚିକିଟି ,

ବିନା ସମାଜରେ ଜଣେ ମଣିଷ ରହି ପାରିବ କି। ସାହି ପଡ଼ିଶା କେହି ବି ନଥିବେ, ସମ୍ପର୍କୀୟ କେହି ବି ନଥିବେ, ଏମିତି ଏକ ଜୀବନ କଥା ଭାବିଲେ ଅସମ୍ଭବ ଭଳି ଲାଗେ। କିନ୍ତୁ ଆମେ ଆପଣଙ୍କୁ ଏଭଳି ଏକ ମଣିଷଙ୍କ କାହାଣୀ ଦେଖାଇବୁ, ଯେ ଦୀର୍ଘ ୩୦ ବର୍ଷ ଧରି ଜଙ୍ଗଲରେ ରହୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରୁ ଦେଖିବା ଜଣେ ବନବାସୀଙ୍କ କାହାଣୀ ।

ଭିନ୍ନ ଏକ ବନବାସ

ଜଙ୍ଗଲ ଭିତରେ ବିତୁଛି ଜୀବନ

ଆହା କରିବାକୁ କେହି ନାହିଁ

ଜଙ୍ଗଲ ଭିତରେ ଏକ ଚାଳ କୁଡ଼ିଆ। ୩୦ ବର୍ଷ ହେଲାଣି ଏଠି ଏକା ଜୀବନ ବଞ୍ଚୁଛନ୍ତି ବୃଦ୍ଧ ଚୈତନ୍ୟ ଶବର। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର କାମ୍ପକୁମୁଝୁରି ଗାଁ। ଗାଁର ସବୁ ଲୋକ ଗାଁ ଭିତରେ ରହୁଥିବା ବେଳେ ବୃଦ୍ଧ ଚୈତନ୍ୟ ଶବରଙ୍କ ଘର କିନ୍ତୁ ଘଞ୍ଚ ଜଙ୍ଗଲ ଭିତରେ। ରାତି ହେଲେ ସମସ୍ତେ ଗାଁ କୁ ଫେରୁଥିବା ବେଳେ ଚୈତନ୍ୟ କିନ୍ତୁ ଜଙ୍ଗଲକୁ ଫେରନ୍ତି। ପରିବାର କହିଲେ କେହି ବି ନାହିଁ। ସତେ ଯେମିତି ଜଙ୍ଗଲର ନୀରବତା ଆଉ ପଶୁପକ୍ଷୀଙ୍କ ଶବ୍ଦ ହିଁ ତାଙ୍କର ସବୁଦିନିଆ ସାଥୀ। ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ପରେ ଏକା ପାଲଟି ଯାଇଛନ୍ତି ଚୈତନ୍ୟ। ଏମିତି ଅବସ୍ଥାରେ ହିଂସ୍ର ଜନ୍ତୁ, ବର୍ଷା, ଶୀତ ଖାଇ ଏକା ପଡ଼ି ରହିଛନ୍ତି ସେ। ଘର କରିଥିଲେ, କିନ୍ତୁ ହାତୀ ଭାଙ୍ଗି ଦେଲା ପରେ ଏବେ କେବଳ ଏକ ନୁଆଁଣିଆ ଛଣ ଘର ଏକ ମାତ୍ର ସାହାରା। ଦଶମ ପଢୁଥିବା ବେଳେ ଏକ ମାତ୍ର ପୁଅ ଆର ପାରିକୁ ଚାଲି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ଏକ କରି ଚାଲି ଯାଇଛନ୍ତି। ଏମିତି ପରିସ୍ଥିତିରେ ଭଗବାନ ହିଁ ମୋର ସହ ଭରସା ବୋଲି ଛଳ ଛଳ ଆଖିରେ ପ୍ରତିକ୍ରିୟା ରଖିଛନ୍ତି ଚୈତନ୍ୟ।

ଏମିତି ଲାଗୁଛି ଜଙ୍ଗଲରେ ବନବାସୀ ଜୀବନ ବଞ୍ଚୁଥିବା ଚୈତନ୍ୟଙ୍କ ଉପରେ ବୋଧହୁଏ କାହାର ବି ନଜର ପଡୁନି। ସ୍ଥାନୀୟ ସରପଞ୍ଚ ବି ବୋଧେ ଭୁଲି ଯାଇଛନ୍ତି। ଆଧାର କାର୍ଡ, ଭୋଟ କାର୍ଡ ବି ତାଙ୍କର ଅଛି । ପ୍ରତି ୫ ବର୍ଷରେ ଭୋଟ ଦେବାକୁ ବି ଗାଁ ଭିତରକୁ ଯାଉଛନ୍ତି ଚୈତନ୍ୟ। କିନ୍ତୁ ଭୋଟ ଦେବା ପରେ ପୂରା ବ୍ୟବସ୍ଥା ସତେ ଯେମିତି ଭୁଲି ଯାଉଛି ତାଙ୍କ କଥା। ସରକାରୀ ସହାୟତା କହିଲେ ଦୟା କଲା ଭଳି ମାତ୍ର ୫ କେଜି ଚାଉଳ ଦେଉଛି ପ୍ରଶାସନ। ନା ବାର୍ଦ୍ଧକ୍ୟ ଭତ୍ତା ନା ଘର ପାଇଁ ତାଙ୍କ ନାଁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିଛି। ଏମିତି ଅବସ୍ଥାରେ ତାଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିବାକୁ ଗାଁ ଲୋକେ।

ଚୈତନ୍ୟଙ୍କ ଦୂରାବସ୍ଥା ପ୍ରତି ପ୍ରଶାସନର ନଜର ପଡୁ। ଶୀଘ୍ର ତାଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯାଉ, ଏଭଳି ହେଲେ ପ୍ରଶାସନ ଉପରେ ସମସ୍ତେ ବିଶ୍ୱାସ କରି ପାରିବେ।    (ସୁଭଶ୍ରୀ ପ୍ରଧାନ )

You may have missed