June 27, 2026

ମା ସାରଳା ଙ୍କ ନିତ୍ୟସେବକ ଧ୍ରୁବଚରଣ ରାଉଳ ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ..

IMG-20260627-WA0048
Share

ତିର୍ତ୍ତୋଲ ତା 27/6/2026 ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବାକାରୀ ତଥା ସମ୍ବାଦର ନିୟମିତ ପାଠକ ସ୍ବର୍ଗତ ଧ୍ରୁବଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ, ତାଙ୍କ କନକପୁର ଦେଉଳି ସ୍ଥିତ ବାସଭବନ ସମ୍ମୁଖରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ବିରଞ୍ଚିପ୍ରସାଦ ଦାସ, ପୂର୍ବତନ ସରପଞ୍ଚ ବିଜୟ ନାୟକ, ପୂର୍ବତନ ସରପଞ୍ଚ ନମିତା ରାଉଳ, ଦେବାଶିଷ ନାୟକ, ବରିଷ୍ଠସେବାୟତ ଲକ୍ଷ୍ମୀଧର ମହାପାତ୍ର, ସମାଜସେଵୀ ନୃସିଂହ ଚରଣ ରାଉଳ, ଉମାକାନ୍ତ ରାଉଳ, ଉମାଶଙ୍କର ରାଉଳ, ରୁଦ୍ରପ୍ରସାଦ ରାଉଳ, ସୁରେନ୍ଦ୍ର ରାଉଳ, ତୁଷାରକାନ୍ତ ରାଉଳ, ଭା୍ନୁପ୍ରିୟା ରାଉଳ, ବିଜୟଲକ୍ଷ୍ମୀ ଦାସ ଓ ନିକୁଞ୍ଜକିଶୋର ରାଉଳ ପ୍ରମ୍ମୁଖ ଯୋଗଦେଇ ସ୍ବର୍ଗତ ଧ୍ରୁବଚରଣ ଙ୍କର ନୀତି ଆଦର୍ଶ ଓ ସରଳ ନିରାଡ଼ମ୍ବର ଜୀବନଚର୍ଯ୍ୟା ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବଡ଼ପୁଅ ଭବାନୀ ଶଙ୍କର ରାଉଳ ନିମନ୍ତ୍ରିତ ଅତିଥି ମାନଙ୍କୁ କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ମିନାକ୍ଷୀ ରାଉଳ, ମହେଶ୍ଵେତା, ଦେବାଶିଷ, ଦେବୀପ୍ରସାଦ, ଶୁଚିସ୍ମିତା, ଦେବସ୍ମିତା, ଶୁଭସ୍ମିତା ଙ୍କ ସମେତ ସମସ୍ତଗ୍ରାମବାସୀ ଓ ମାଆଙ୍କ ପଣ୍ଡାସେବକ ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର