ନାଁ ହେଉଛି ବର୍ଷା, ନାଁ ଆଗୋଉଛି ଚାଷ କାମ

ବୋଲଗଡ଼,୨୭/୬(ଉପାନ୍ତ ଖବର): ମଇ ମାସର ଦ୍ବିତୀୟ ସପ୍ତାହରେ ବିଭିନ୍ନ ଗଣମାଧ୍ୟମରେ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଗଲା ଯେ, ଏବର୍ଷ ଆଗୁଆ ମୌସମୀ ଆସିବ ଏପରିକି ମେ ୨୫ ସୁଧା ମୌସମୀ କେରଳ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା। ଚାଷୀକୂଳ ଖୁସିରେ ନିଜ ବିଲବାଡ଼ିରେ କାମ ଆରମ୍ଭ କରିଦେଲା। କିନ୍ତୁ ମେ ମାସ ସରି ଜୁନ୍ ମାସ ପ୍ରଥମ ସପ୍ତାହରେ ପୁଣି ଶୁଣିବାକୁ ମିଳିଲାଯେ ପାଗ ଅନୁକୂଳ ନଥିବାରୁ ମୌସମୀ ଆଗକୁ ବଢିବାର ନାହିଁ। ଏବଂ ରଜ ପୂର୍ବରୁ ମୌସମୀ ପହଞ୍ଚିବା ସହ ପବନ, ଘଡଘଡି ଏବଂ ପ୍ରବଳ ବର୍ଷା ହେବ। ରଜ ଶେଷ ହେବା ସହିତ ଜୁନମାସ ମଧ୍ୟ ସରିବାକୁ ବସିଲାଣି ନାଁ ହେଉଛି ବର୍ଷା, ନାଁ ଆଗୋଉଛି ଚାଷ କାମ। ବିଚରା କେବଳ ଆକାଶକୁ ଚାହିଁ ରହିଛି ଚାଷୀ। ଜଗତକୁ ଅନ୍ନ ଯୋଗାଉଥିବା ଅନ୍ନ ଦାତା ଆଜି ହାତ ପାତିଛି ଇନ୍ଦ୍ରଦେବଙ୍କ ପାଖରେ। କୂଅ ପୋଖରୀ ସୁଖିଲା, ଜଳ ଭଣ୍ଡାର ସୁଖିଲା, ପିଇବା ପାଣି ମଧ୍ୟ ଠିକ୍ ରେ ଲୋକ ମାନେ ପାଇ ପାରୁନାହାନ୍ତି। ଆଗକୁ ଏଲନିନୋର ପ୍ରଭାବ କଣହେବ ବେଶି ସେହି ଚିନ୍ତାରେ ପଡିଛି ଚାଷୀ। କାରଣ ଆଜି ପର୍ଯ୍ୟନ୍ତ ବର୍ଷ ସାରା ସମସ୍ତଙ୍କୁ ସୁଦ୍ଧପିଇବା ପାଣି ଯୋଗାଇ ପାରିନାହାନ୍ତି ସରକାର। ଚାଷ ପାଇଁ କେଉଁଠୁ ଯୋଗାଇବେ ବୋଲି ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ତେଣୁ ବର୍ଷାକୁ ଚାହିଁ ରହିଛି ଚାଷୀକୂଳ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
