September 14, 2026

ନବନିଯୁକ୍ତି ବିଧାୟକ ପ୍ରତିନିଧିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ପୋଲିସ ଥାନାରେ ନିଯୁକ୍ତି ପତ୍ର ପ୍ରଦାନ..

IMG-20251217-WA0076
Share

 

ବିଧାୟକ ପ୍ରତିନିଧି ନିଯୁକ୍ତି ପରେ ଗ୍ରାମ ବାସୀଙ୍କ ପାରମ୍ପରିକ ସ୍ୱାଗତ ସମ୍ବର୍ଦ୍ଧନା ଓ ନିକଟ ପୋଲିସ ଥାନାରେ ବିଧାୟଙ୍କ ନିଯୁକ୍ତି ପତ୍ର ପ୍ରଦାନ।

ରାୟଗଡା ବିଧାୟକ ଶ୍ରୀ କାଡ୍ରାକା ଆପଲସ୍ୱାମୀଙ୍କ ନିର୍ଦେଶକ କ୍ରମେ କାଶୀପୁର ବ୍ଲକ ଅନ୍ତର୍ଗତ ଅଣ୍ଡିରାକଞ୍ଚ ଥାନା ଅଧିନସ୍ତ ଯୋଗିପାରିତୁଣ୍ଡା ଗ୍ରାମ ଲକ୍ଷ୍ମଣ ନାଏକ ପିତା ବଂଶୀ ନାଏକ ଙ୍କୁ ଅଞ୍ଚଳ ବାସୀଙ୍କ ଭଲମନ୍ଦ ଓ ପୋଲିସ ଥାନା ସମ୍ବନ୍ଦୀୟ କାର୍ଯ୍ୟରେ ସାହାଯ୍ୟ ସହଯୋଗ ର ସହାୟତା ନିମନ୍ତେ ବିଧାୟକ ପ୍ରତିନିଧି ଭାବେ ଚୟନ ପରେ ନିଯୁକ୍ତି ପ୍ରଦାନ କରାଯାଇଥିଲା।

ଏହିପରିପେକ୍ଷୀରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ତାଙ୍କୁ ରାୟଗଡା ଠାରୁ ନିଜ ଗ୍ରାମକୁ ଶତାଧିକ ଯୁବକଙ୍କ ଏକ ପଟୁଆରାରେ ପହଂଚିଥିଲେ। ଗ୍ରାମରେ ଲକ୍ଷ୍ମଣଙ୍କ ସମେତ ସମସ୍ତ ଯୁବ କଂଗ୍ରେସ ସଦସ୍ୟଙ୍କୁ ବହୁ ଆନନ୍ଦ ରେ ଗ୍ରାମବାସୀ ପାରମ୍ପରିକ ବାଦ୍ୟନୃତ୍ୟ ସହ ପୁଷ୍ପମାଲ୍ୟାର୍ପଣ କରି ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏବଂ ଗ୍ରାମାଦେବୀଙ୍କ ଠାରେ ପୂଜାର୍ଚନା କରି ଅଂଚଳବାସୀଙ୍କ ହୀତ ଓ ସ୍ୱାର୍ଥ ରେ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ସଂକଳ୍ପ ନେଇଁ ଶେଷରେ ଦଳବଳ ସହ ଅଣ୍ଡିରାକଞ୍ଚ ଥାନାକୁ ଯାଇଥିଲେ। ଉପସ୍ଥିତ ଥାନା ଅଧିକାରୀଙ୍କୁ ବିଧାୟକ ପ୍ରତିନିଧି ନିଯୁକ୍ତି ପତ୍ର ସନ୍ନମାନ ର ସହ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟତଃ ଲକ୍ଷ୍ମଣ ନାଏକ ଛାତ୍ର ଜୀବନରୁ ସେ କଂଗ୍ରେସ ପ୍ରେମୀ ଓ କଂଗ୍ରେସ ଦଳରେ କାର୍ଯ୍ୟ କରି ଆସୁଥିଲେ ତେଣୁ ତାଙ୍କୁ ଏହି ଅବସର ମିଳିଥିବାରୁ ସେ ନିଜେ ଏବଂ ପରିବାର, ଅଞ୍ଚଳବାସୀ ଓ ସାଙ୍ଗସାଥି ମହଲରେ ପ୍ରଶଂସା କରାଯାଉଛି।

ଏହି ଅବସରରେ ବ୍ଲକ ଉନ୍ନୟନ ବିଧାୟକ ପ୍ରତିନିଧି ଜିଝରୁ ମାଝୀ,ବରିଷ୍ଟ ବ୍ଲକ କଂଗ୍ରେସ ନେତା ଅନିଲ ଜଏନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜୋସେଫ ଖସଲା,ଜାବେଦ ଖସଲା, ଯୋଗବନ୍ଧୁମାଝୀ ଟିକିରି ସରପଞ୍ଚ, ପାଇଲ ମାଝି,ଉମେଶ ମାଝୀ, ମଣ୍ଟୁ ସହୁ,ମହେନ୍ଦ୍ର ଯାନୀ, ମହେଶ୍ୱର ମାଝୀ,ଉଗ୍ରସନ ନାଏକ, ମୋକର ବାଗ,ଅନ୍ତର୍ଯ୍ୟାମୀ ନାଏକ ଓ ଅନ୍ୟପ୍ରମୁଖ ଉପସ୍ଥିତ ଥିଲେ।ରାୟଗଡା ରୁ ରବିରାଜ ବୈଦ୍ୟ ଙ୍କ ରିପୋର୍ଟ

You may have missed