ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲରେ ଶିଶୁଦିବସ
ବରପାଲି,୧୪/୧୧ (ସୁଦାମ ଦୀପ) : ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ଶିଶୁଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ସେମିନାର ଏବଂ ମ୍ୟାଥ୍ ମୋଡେଲ ଓ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲିଟିଲଏଞ୍ଜେଲସ ପବ୍ଲିକ ସ୍କୁଲ ବରପାଲି ଓ ଡୁଙ୍ଗୁରିପାଲିର ବରିଷ୍ଠ ବିଭାଗରୁ ବିଜ୍ଞାନ ସେମିନାରରେ ୨୫ ଜଣ ଛାତ୍ରଛାତ୍ରୀ, ମେଥ୍ ଓ ବିଜ୍ଞାନ ପ୍ରକଳ୍ପରେ ୪୭ଜଣ ଛାତ୍ରଛାତ୍ରୀ ଓ କନିଷ୍ଠ ବିଭାଗରୁ ମୋଡେଲ ପ୍ରଦର୍ଶନୀରେ ୩୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ଧର୍ମେନ୍ଦ୍ର ପୂଜାରୀ, ସୌରଭ ଦାଶ, ଯାଜ୍ଞସେନୀ ମେହେର ଓ ଆକାଶ ପଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ରଜନୀକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଭିସୋମ୍ନି ଟେକ୍ନୋଲୋଜିର ପ୍ରତିଷ୍ଠାତା ଓ ସିଇଓ କୁଲଦୀପ ଆନନ୍ଦ ଯୋଗ ଦେଇ ସାଂପ୍ରତିକ ଜୀବନଯାତ୍ରାରେ ଏ.ଆଇର ଭୂମିକା ସଂପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ । ଶେଷ ଦିନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ଓ ଶିଶୁ ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ, ପ୍ରାଇମେରୀ ବିଭାଗର ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ ଉପାଧ୍ୟକ୍ଷ ସୁଶୀଳ କୁମାର ରଥ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଛାତ୍ରୀ ରେଶମା ସାହୁ ଓ ସମୀକ୍ଷା ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ ଶିଶୁ ଦିବସର ଗୁରୁତ୍ୱ ସଂପର୍କରେ ଜଣାଇ ଚାଚା ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧିତ କରିଥିଲେ। ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀରେ ଦ୍ରିଷାନା ଏମ. ମେହେର, ଅଧ୍ୟୟନ ସାହୁ ଓ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ତ୍ରିପାଠୀ, ବିଜ୍ଞାନ ସେମିନାରରେ ପ୍ରାଗୁନ ଦାଶ, ବଂଶିକା ପଧାନ ଓ ଅର୍ଣ୍ଣବ ପଧାନ ଏବଂ କନିଷ୍ଠ ବିଭାଗର ମ୍ୟାଥ ମୋଡେଲ ଉପସ୍ଥାପନାରେ ଅରୁଷ୍ଣା ଆର୍ଯ୍ୟା ସା,ଜାହ୍ନବୀ ଅଗ୍ରହାରୀ ଓ ପ୍ରତ୍ୟୁଷା ପି.ମେହେର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକାଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ପରେ ପରେ ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀଗଣ,ଏନ୍.ସି.ସି. କ୍ୟାଡେଟ ଓ ଜେ.ଆର.ସି ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା ।
